ଆଧାର ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ! ଆଧାର ଆଇନରେ ସଂଶୋଧନ ବିଲକୁୁ କ୍ୟାବିନେଟ ମଂଜୁରୀ

ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ଆଧାର ଆଇନରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ ବିଲ ଆଧାର ଓ ଅନ୍ୟ ନିୟମ ( ସଂଶୋଧନ ) ବିଲ ୨୦୧୯କୁ ମଂଜୁରୀ ଦେଇଛି । ସଂସଦର ଆଗାମୀ ବଜେଟ ଅଧିବେଶନରେ ଏହାକୁ ଲୋକସଭାରେ ଆଗତ କରାଯିବ । ଏହି ବିଲ ଆଇନରେ ପରିଣତ ହେବା ପରେ ଆଧାର ନମ୍ବର ପ୍ରଦାନ ପାଇଁ କୌଣସି କ୍ଷେତ୍ରରେ ବାଧ୍ୟ କରାଯାଇପାରିବ ନାହିଁ । କେବଳ ଭାରତର ସଂସଦରେ ପାଶ କୌଣସି ଏକ ନିୟମ ଦ୍ୱାରା ଯଦି ଆଧାର ପ୍ରଦାନ ବାଧ୍ୟତାମୂଳକ ବୋଲି କୁହାଯାଇଥାଏ ତେବେ ସେ କ୍ଷେତ୍ରରେ ଏହି କୋହଳତା ଲାଗୁ ହେବ ନାହିଁ । ଅବଶ୍ୟ ସ୍ୱେଚ୍ଛାକୃଭାବେ ଏହାକୁ ଏକ କେଓ୍ଵାଇସି ଡକ୍ୟୁମେଣ୍ଟଭାବେ ପ୍ରଦାନ କରିହେବ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ଆଉ ୬ ମାସ ପାଇଁ ବଢାଇଦିଆଯାଇଛି । ଜୁଲାଇ ୩ରୁ ୬ ମାସ ପାଇଁ ଏହା ଲାଗୁ ହେବ । ଏହାଛଡା ସରକାର ଟ୍ରିପଲ ତଲାକ କୁ ବେଆଇନ କରୁଥିବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା )ବିଲ ୨୦୧୯କୁ ମଞ୍ଜୁରୀ ଦେଇଛି ।

ସମ୍ବନ୍ଧିତ ଖବର