ଡିସେମ୍ବର ୩୧ ସୁଦ୍ଧା ଆଧାର ଲିଙ୍କ୍‌ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ସହିତ ଆଧାରକାର୍ଡକୁ ସଂଯୋଗ ତାରିଖ ପୂର୍ବବତ ଡିସେମ୍ବର ୩୧ ଓ ଫେବ୍ରୁଆରି ୬ ରହିବ। ଆଧାର ସଂଯୋଗ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସାମ୍ବିଧାନିକ ଖଣ୍ଡପୀଠ  ଏହି ମାମଲାର ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଫଳରେ ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ କରିବାକୁ ପଡ଼ିବ। ସେହିଭଳି ଫେବ୍ରୁଆରି ୬ ସୁଦ୍ଧା ମୋବାଇଲ ନମ୍ବର ଲିଙ୍କ୍‌ କରିବାକୁ ପଡ଼ିବ। ନଭେମ୍ବର ଶେଷ ଭାଗରେ ଆଧାରକାର୍ଡ ସଂଯୋଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।

ସମ୍ବନ୍ଧିତ ଖବର