ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ କଂଗ୍ରେସ ଆଜି ଦଳର ନେତା ଚୟନ କରିଛି। ପଶ୍ଚିମବଂଗର ବରିଷ୍ଠ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା ଭାବେ ଚୟନ କରାଯାଇଛି । ଆଜି ଅଧୀର ଏ ବାବଦରେ ଗଣମାଧ୍ୟମକୁ ନିଜେ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଦାୟିତ୍ବ ନେବା ପାଇଁ ରାଜି ହୋଇନଥିଲେ ଏବଂ ଏଥିପାଇଁ ନେତା ଚୟନରେ ବିଳମ୍ବ ହୋଇଥିଲା। ଆଜି ଅଧୀର ଲୋକସଭାରେ ସାଂସଦ ଭାବେ ଶପଥ ନେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଦଳ ତାଙ୍କୁ ଲୋକସଭାରେ ଦଳର ନେତୃତ୍ବ ନେବାପାଇଁ ଦାୟିତ୍ବ ଅର୍ପଣ କରିଛି। ଏଥିପାଇଁ ମୁଁ ସମ୍ମତି ପ୍ରଦାନ କରିଛି ଏବଂ ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ସମ୍ମୁଖରେ ରହି କାମ କରିବା ମୋର ଦାୟିତ୍ବ ବୋଲି ସେ କହିଛନ୍ତି। କଂଗ୍ରେସର କେରଳ ପ୍ରଦେଶ କାର୍ଯ୍ୟକାରୀ ସଭାପତି କେ. ସୁରେଶଙ୍କ ନାମ ମଧ୍ୟ ଲୋକସଭାରେ ଦଳର ନେତା ପଦ ପାଇଁ ଚର୍ଚ୍ଚାରେ ରହିଥିଲା। ତେବେ ସୋନିଆ ଏବଂ ରାହୁଲ ଅଧୀରଙ୍କ ନାମକୁ ନେଇ ସହମତି ପ୍ରକାଶ କରିଥିଲେ।
ଅଧୀର ରଂଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା ନିଯୁକ୍ତ
/sambad/media/post_attachments/wp-content/uploads/2019/06/adhir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)