ନିର୍ମଳାଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଗତ ଦୁଇଦିନ ତଳେ ଲୋକସଭାରେ ‘ନିର୍ବଳା’ କହିଥିବା କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଆଜି ଏଥିପାଇଁ କ୍ଷମା ମାଗିଛନ୍ତି। ଅଧିର କହିଛନ୍ତି ଗୃହରେ ଆଲୋଚନା ଚାଲିଥିବାବେଳେ ମୁଁ ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ‘ନିର୍ବଳା’ କହିଥିଲି। ନିର୍ମଳା ମୋ ଭଉଣୀ ପରି ଏବଂ ମୁଁ ତାଙ୍କ ଭାଇ ପରି। ଯଦି ମୋ କଥା ତାଙ୍କୁ କଷ୍ଟ ଦେଇଥାଏ ତେବେ ମୁଁ କ୍ଷମା ମାଗୁଛି। ଉଲ୍ଲେଖଯୋଗ୍ୟ ଅଧିରଙ୍କର ନିର୍ବଳା ଟିପ୍ପଣୀ ପାଇଁ ବହୁ ସଂଖ୍ୟାରେ ବିଜେପି ନେତା ତାଙ୍କଠାରୁ କ୍ଷମା ଦାବି କରିବାପରେ ସେ କ୍ଷମା ମାଗିଛନ୍ତି।

ସମ୍ବନ୍ଧିତ ଖବର