ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ସମାଲୋଚନାର ଶିକାର ହୋଇଥିଲେ। କ୍ଷମା ମାଗିବା ପାଇଁ ବିରୋଧୀ ଚାପ ପକାଇବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଥିଲେ ଅଧୀର ରଞ୍ଜନ। ଏବେ ସ୍ମୃତି ଇରାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରି ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ଅଧୀର ରଞ୍ଜନ।
ଆଦୀର ରଂଜନ ଚୌଧୁରୀ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରପତି କିମ୍ବା ଶ୍ରମତୀ ପରି ଶବ୍ଦ ବ୍ୟବହାର ନକରି ବାରମ୍ବାର ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ନେଇଥିଲେ। ସେ କହିଛନ୍ତି ଯେ ସ୍ମୃତି ଇରାନୀ ସମ୍ମାନ ନଜଣାଇ ବା ରାଷ୍ଟ୍ରପତି ବୋଲି ନକହି କେବଳ ଦ୍ରୌପଦୀ ମୁର୍ମୁ କହି ବାରମ୍ବାର ଗୃହରେ ମ୍ୟାଡାମ ରାଷ୍ଟ୍ରପତିଙ୍କ ନାଁ ନେଉଥିଲେ, ତାହା ଠିକ୍ ନୁହେଁ। ରାଷ୍ଟ୍ରପତିଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଥିବାରୁ ସ୍ମୃତି ଇରାନୀ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ଲେଖି ଆଧୀର ରଂଜନ ଚୌଧୁରୀ ଏ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଧୀର ଏକ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ-‘ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ, ଭାରତର ରାଷ୍ଟ୍ରପତି, ନା ରାଷ୍ଟ୍ରପତ୍ନୀ, ସମସ୍ତଙ୍କ ପାଇଁ।’ ତାଙ୍କର ଏଭଳି ବୟାନକୁ ନେଇ ବିରୋଧୀ ଅଧୀରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏନେଇ ଶୁକ୍ରବାର ରାଷ୍ଟ୍ରପତିଙ୍କୁ କ୍ଷମା ମାଗି ଅଧୀର ରଞ୍ଜନ ଲେଖିଥିଲେ ଯେ, ମୁଁ ଆପଣଙ୍କ ପଦ ବିଷୟରେ କହିବାକୁ ଯାଇ ଏକ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିଥିଲି। ସେଥିପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ, ଶବ୍ଦଟି ମୋ ପାଟିରୁ ଖସିଯାଇଥିଲା। ମୁଁ ଏଥିପାଇଁ କ୍ଷମା ମାଗୁଛି ଏବଂ ଆଶା କରୁଛି ଆପଣ ମୋତେ କ୍ଷମା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-255.jpg)