ଧୋକା ଦେଇଛନ୍ତି ସିନ୍ଧିଆ:ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଯାହାକୁ ନେଇ କଂଗ୍ରେସକୁ ମଧ୍ୟ ଝଟକା ଲାଗିଛି | ସିନ୍ଧିଆଙ୍କ ଇସ୍ତଫାକୁ ନେଇ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଦଳ ତାଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ବି ସେ ଦଳ ପ୍ରତି ପ୍ରତାରଣା କରିଛନ୍ତି |

ସିନ୍ଧିଆ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ୱାରା ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ତିଷ୍ଠି ରହିପାରିବ ନାହିଁ | କଂଗ୍ରେସ ଦଳକୁ ସିନ୍ଧିଆ ଧୋକା ଦେଇଥିବାର ଅଧୀର କହିଛନ୍ତି | ଅଧୀର କହିଛନ୍ତି ଯେ କଂଗ୍ରେସରେ ସିନ୍ଧିଆ ରାଜା ଭଳି ଥିଲେ, କିନ୍ତୁ ବିଜେପିରେ ସେ ପ୍ରଜା ଭଳି ରହିବେ | ଅନ୍ୟପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଲୋକଙ୍କ ସେବା ପାଇଁ ସେ ରାଜନୀତିକୁ ଆସିଥିଲେ |

କିନ୍ତୁ କଂଗ୍ରେସରେ ରହି ସେ ଲୋକଙ୍କ ସେବା କରିପାରୁନଥିଲେ | ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଚିଠି ଲେଖି ୬ ଜଣ ମନ୍ତ୍ରୀଙ୍କୁ ହଟାଇବାକୁ ଅନୁରୋଧ କରିଛନ୍ତି | ୬ ଜଣ ମନ୍ତ୍ରୀଙ୍କୁ ତୁରନ୍ତ ହଟାଇବାକୁ କମଲନାଥ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର