କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ମମତା ସରକାରଙ୍କୁ ସମାଲୋଚନା କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ମମତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବେଙ୍ଗଲ ପୁଲିସ ସିବିଆଇକୁ ସାହାଯ୍ୟ କରିବ ନାହିଁ ବୋଲି ତାଙ୍କର ଆଶଙ୍କା ରହିଛି। ମହିଳା ହୋଇ ମଧ୍ୟ ମହିଳା ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି ବୋଲି ସେ କହିଛନ୍ତି।
ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ଏହି ମାମଲାର ସତ୍ୟାସତ୍ୟ ଯେପରି ପଦାକୁ ନ ଆସେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯଥାସମ୍ଭବ ପ୍ରୟାସ ଜାରି ରଖିବେ। ସେ କହିଛନ୍ତି, ମୋର ଆଶଙ୍କା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗର ପୁଲିସ ସିବିଆଇକୁ ସାହାଯ୍ୟ କରିବ ନାହିଁ, କାରଣ ସେ ଚାହୁଁନାହାଁନ୍ତି ଯେ ତାଙ୍କ ଦଳର ପର୍ଦ୍ଦାଫାସ ହେଉ । ଏହି ଲୋକମାନେ ଲୋକଙ୍କ ଆଖି ହଟାଇବା ପାଇଁ ବିଭିନ୍ନ କୌଶଳ ଆପଣାଉଛନ୍ତି । ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଥିଲା। ଲାଞ୍ଚ ଦେବା ସମୟରେ ପୀଡ଼ିତାଙ୍କ ପରିବାରକୁ କୁହାଯାଇଥିଲା ଯେ ଯାହା ଘଟିଛି, ଏବେ ଅଟକିଯାଅ, ଘଟଣାର ତଦନ୍ତ ଦାବି କରିବାର କୌଣସି ଆବଶ୍ୟକତା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-15-at-17.59.12.jpeg)