ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ କହିବା ବିଷୟକୁ ନେଇ ଆଜି ଲୋକସଭାରେ ପ୍ରବଳ ବିରୋଧ କରାଯାଇଛି। ଗତକାଲି ଅଧୀର ଏକ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ-‘ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ, ଭାରତର ରାଷ୍ଟ୍ରପତି, ନା ନା ରାଷ୍ଟ୍ରପତ୍ନୀ, ସମସ୍ତଙ୍କ ପାଇଁ।’ ଚୌଧୁରୀଙ୍କ ଏହି ଟିପ୍ପଣୀ ଆଜି ଭାଇରାଲ ହେବାପରେ ବିଜେପି ସାଂସଦମାନେ ଜୋରଦାର ବିରୋଧ କରିଛନ୍ତି। ବିଭିନ୍ନ ମହଲରୁ ଏଥିପାଇଁ ତାଙ୍କୁ କଡ଼ା ନିନ୍ଦା କରାଯାଉଛଛି। ବିଜେପି ଏହି ପ୍ରସଙ୍ଗରେ ସୋନିଆ କ୍ଷମା ମାଗିବାକୁ ଦାବି କରିଛି। ଇତି ମଧ୍ୟରେ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ସେ ତାଙ୍କ ଭୁଲ୍ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କ୍ଷମା ମାଗିବେ। ଠକ ମାନଙ୍କୁ ସେ କ୍ଷମା ମାଗିବେନି ବୋଲି କହିଛନ୍ତି।
ଅଧୀର କହିଛନ୍ତି, ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସେ କିଛି କହିନାହାନ୍ତି କି ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ଏହା ତାଙ୍କ ପାଟିରୁ ଖସି ଯାଇଛି। ଅଧୀର କହିଛନ୍ତି. ‘ଏଭଳି ଭୁଲ୍ କରିବାପରେ ଏହି ଭିଡିଓ ପ୍ରସାରଣ ନକରିବାପାଇଁ ମୁଁ ସାମ୍ବାଦିକମାନଙ୍କୁ ଅନୁରୋଧ କରିବାକୁ ଚାହୁଥିଲି, କିନ୍ତୁ ସେମାନଙ୍କୁ ମୁଁ ପାଇନଥିଲି। ବିଜେପି ତିଳକୁ ତାଳ କରୁଛି। ମୁଁ କ’ଣ କରିପାରିବି। ମୁଁ ଜାଣିଛି ମୁଁ ଭୁଲ୍ କହିଦେଇଛି।’ ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ଅଧୀର ରଂଜନ କହିଥିଲେ ଭାରତର ରାଷ୍ଟ୍ରପତି ବ୍ରାହ୍ମଣ ହୁଅନ୍ତୁ କି ଆଦିବାସୀ, ସେ ସମସ୍ତଙ୍କ ଦ୍ବାରା ସମ୍ମାନିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Adhir_Ranjan.jpeg)