ନୂଆଦିଲ୍ଲୀ: ହୀରାମଣ୍ଡିର ଅଭିନେତ୍ରୀ ଅଦିତି ରାଓ ହାଇଦରୀ ନିକଟରେ ହେଥ୍ରୋ ବିମାନବନ୍ଦରରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଭିନେତ୍ରୀଙ୍କୁ ତାଙ୍କ ଲଗେଜ୍ ପାଇଁ ୧୯ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା ଏବଂ ବିମାନ ବନ୍ଦରରେ ଅନେକ ଘଣ୍ଟା ଧରି ଅଟକିରହିଥିଲେ | ଏଭଳି ପରିସ୍ଥିତିରେ ଅଦିତି ଏବେ ବ୍ରିଟିଶ ଏୟାରୱେଜକୁ ଏକ୍ସରେ ପୋଷ୍ଟ କରି ସମାଲୋଚନା କରିଛନ୍ତି। ଅଦିତି ଏକ୍ସରେ ଲେଖିଛନ୍ତି ଯେ- 'ବ୍ରିଟିଶ୍ ଏୟାରୱେଜ୍ ଏବଂ ହିଥ୍ରୋ ବିମାନବନ୍ଦରରେ ସେବା ସର୍ବନିମ୍ନ ସ୍ତରରେ ପହଞ୍ଚିଛି! ମୁମ୍ବାଇରୁ ବିମାନଟି ରାତି ୨:୧୫ ରେ ଲଣ୍ଡନରେ ଅବତରଣ କରିଥିଲା। ବର୍ତ୍ତମାନ ସନ୍ଧ୍ୟା ୬:୦୨ | କ୍ଳାନ୍ତ ଯାତ୍ରୀ, ଭୋକିଲା ପିଲା, ହ୍ୱିଲ୍ ଚେୟାର ଚେୟାରରେ ଥିବା ଲୋକମାନେ ଲଗେଜ୍ ବେଲ୍ଟରେ ଅପେକ୍ଷା କରି ଅନେକ ସମୟ ବସି ରହିଲେ | ଏନେଇ କୌଣସି ସୂଚନା ଦିଆଯାଉନଥିବାବେଳେ ବିମାନବନ୍ଦର ପକ୍ଷରୁ ସେମାନଙ୍କୁ କୁହାଯାଉଛି ଯେ ଟେକ୍ନୋଲୋଜି ଖରାପ ହୋଇଯାଇଛି |

Advertisment

ବିମାନବନ୍ଦରରେ ୫ ଘଣ୍ଟା ଅପେକ୍ଷା ପରେ ଅନ୍ୟ କିଛି ଯାତ୍ରୀଙ୍କ ଭଳି ମୁଁ ମୋର ବ୍ୟାଗ ବିମାନବନ୍ଦରରେ ଛାଡି ଯାଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। 'ଅଦିତିଙ୍କ ଏହି ଟ୍ୱିଟ ପରେ ବ୍ରିଟିଶ ଏୟାରୱେଜ୍ ପକ୍ଷରୁ ଲେଖାଯାଇଥିଲା ଯେ 'ଆମେ ଅଦିତିଙ୍କୁ କ୍ଷମା ମାଗୁଛୁ। ଆପଣ ଆପଣଙ୍କର ବ୍ୟାଗ ଯଥାଶୀଘ୍ର ପାଇବେ, ଯଦି ଆପଣ ବିମାନବନ୍ଦରରେ କିଛି ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଚାଁହୁଛନ୍ତି ଏହି ଲିଙ୍କରେ କ୍ଲିକ କରି କିଣିପାରିବେ | ଏଭଳି ଉତ୍ତର ପାଇବା ପରେ ଅଦିତି ଆହୁରି ଖପ୍ପା ହୋଇଯାଇଥିଲେ | ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ ଯେ '୧୭ ଘଣ୍ଟା ପରେ ବି ଅପେକ୍ଷା କରିବାକୁ ପଡୁଛି | ବ୍ୟାଗ ନ ଦେଇ ଜିନିଷ କିଣିବା ଲିଙ୍କ କାହିଁକି ଦେଉଛ |