ଉତ୍ତରପ୍ରଦେଶରେ ଦ୍ରୁତ ଗତିରେ ବଦଳୁଛି ରାଜନୈତିକ ସମୀକରଣ

ବିଜେପିରେ ମିଶିଲେ କଂଗ୍ରେସ ବିଧାୟିକା, ବିରୋଧୀ ମେଣ୍ଚ ପାଇଁ ସପାର ଉଦ୍ୟମ

ନୂଆଦିଲ୍ଲୀ : ଆଗକୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟରେ ଏବେ ରାଜନୈତିକ ପରିବେଶ ଉଷ୍ମ ହୋଇଉଠିଛି । ଏହା ସହିତ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ।

ଆଜି କଂଗ୍ରେସର ବିଦ୍ରୋହୀ ବିଧାୟିକା ଅଦିତି ସିଂ ଓ ବିଏସପିର ଜଣେ ପୂର୍ବତନ ବିଧାୟିକା ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି । ଅଦିତି ସିଂ କଂଗ୍ରେସର ଗଡ଼ କୁହାଯାଉଥିବା ରାଏବରେଲିର ବିଧାୟିକା ଅଛନ୍ତି । ସେହିପରି ବନ୍ଦନା ଆଜମଗଡ଼ର ସିଗ୍ରି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟିକା । ବନ୍ଦନାଙ୍କୁ ଗତ ଜୁନ ମାସରେ ବିଏସପିରୁ ବିତାଡ଼ିତ କରାଯାଇଥିଲା ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ କୁହାଯାଉଥିବା ସମାଜବାଦୀ ପାର୍ଟି ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷକରି ସଂଖ୍ୟାଲଘୁ ଭୋଟ ଯେପରି ବିଭାଜିତ ନ ହୁଏ ସେଥିପାଇଁ ସେ ଅସଦୁଦ୍ଦିନ ଓଓ୍ବେସିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏହା ସହିତ ସେ ଆପ୍ ନେତା ସଂଜୟ ସିଂଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଏହା ଫଳରେ ରାଜ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର