ମୁମ୍ବାଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖିa ସମ୍ପୂର୍ଣ୍ଣ ପାଠପଢ଼ାକୁ ବନ୍ଦ କରିଦେବା କିମ୍ବା ବିନା ପାଠପଢ଼ାରେ ପରୀକ୍ଷା କରାଇବା ଆଦୌ ସମ୍ଭବ ନୁହେଁ ବୋଲି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେହିଭଳି ଜୁନ୍-ଜୁଲାଇ ୨୦୨୦ ପରିବର୍ତ୍ତେ ଜାନୁଆରି ୨୦୨୧ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରାଗଲେ ପାଠପଢ଼ା କ୍ଷେତ୍ରରେ ହୋଇଥିବା କ୍ଷତିର ଭରଣା କରାଯାଇ ପାରିବ ବୋଲି ଆଦିତ୍ୟ ଠାକ୍ରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ସମଗ୍ର ଦେଶରେ କରୋନା ମହାମାରୀ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଏହା ବାସ୍ତବପକ୍ଷେ ସମ୍ଭବ ନୁହେଁ। କରୋନା ମହାମାରୀ ବେଳେ ଛାତ୍ରଛାତ୍ରୀଙ୍କ ସମସ୍ୟା ମଧ୍ୟ ବୁଝିବା ଉଚିତ୍। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟରେ ଘରୁ କାର୍ଯ୍ୟ (ୱାର୍କ ଫ୍ରମ୍ ହୋମ୍)କରାଯାଉଥିବାରୁ ଶିକ୍ଷାଦାନ ସମ୍ଭବପର ହୋଇ ପାରୁନାହିଁ। ଏଭଳି ସ୍ଥଳେ ପରୀକ୍ଷା କରିବା ବାସ୍ତବପକ୍ଷେ ସମ୍ଭବ ନୁହେଁ ବୋଲି ଆଦିତ୍ୟ ଠାକ୍ରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ, ନୂତନ ଶିକ୍ଷାବର୍ଷକୁ ଜୁନ୍-ଜୁଲାଇ ୨୦୨୦ ପରିବର୍ତ୍ତେ ଜାନୁଆରି ୨୦୨୧ରୁ ଆରମ୍ଭ କରାଯିବା ନେଇ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/aditya-thackery-1.jpg)
