ମୁମ୍ବାଇ: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ମାସକ ପରେ ମହାରାଷ୍ଟ୍ରରେ ତାଙ୍କ ସରକାର ଆସିବ । ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ଦଳର ଦଶହରା ରାଲିରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଆସନ୍ତା ନିର୍ବାଚନରେ ମହାରାଷ୍ଟ୍ର ଯେ ମୁଣ୍ଡ ନୁଆଁଇବ ନାହିଁ, ମୁଣ୍ଡ ବିକ୍ରି କରିବ ନାହିଁ, ତାହା ଦେଖାଇବାକୁ ପଡ଼ିବ।
ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କରି ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ସରକାର ଅନେକ ଦୁର୍ନୀତି କରିଛନ୍ତି । ଆମ ସରକାର ଆସିଲେ ଦୁର୍ନୀତି କରିଥିବା କୌଣସି ମନ୍ତ୍ରୀ, ବାବୁଙ୍କୁ ଆମେ ଜେଲରେ ରଖିବୁ। ସରକାର କ୍ଷମତାକୁ ଆସିଲେ ଆମର ତିନୋଟି ପ୍ରାଥମିକତା ରହିବ- ଚାକିରି, ଚାକିରି ଓ ଚାକିରି। '

ସେ କହିଛନ୍ତି, ମୁଁ ପ୍ରଥମ ଥର ପାଇଁ ଏଠାରେ ଠିଆ ହୋଇ ଭାଷଣ ଦେଉଛି। ଶିବାଜୀ ପାର୍କ ଗ୍ରାଉଣ୍ଡରେ ମୁଁ ଏପର୍ଯ୍ୟନ୍ତ ମୋ ର ଜେଜେବାପା ଏବଂ ବାପାଙ୍କ କଥା ଶୁଣିଆସିଛି । ୧୪ ବର୍ଷ ବୟସରୁ ମୁଁ ଏଠାରେ ଭାଷଣ ଶୁଣିଆସୁଛି। ପରମ୍ପରା ଅନୁଯାୟୀ ବାପା ଆସିଲେ ମୁଁ ଭାଷଣ ବନ୍ଦ କରିବି। ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଦାନୀଙ୍କ ସମସ୍ତ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଆଚରଣ ବିଧି ଲାଗୁ କରାଯିବ ନାହିଁ। ଆଜି ଯୁଦ୍ଧ ଦିବସ । ମହାରାଷ୍ଟ୍ରର ଲୁଟ୍ କୁ ରୋକିବା ପାଇଁ ଏହି ଲଢ଼େଇ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/V0WxfmdoYUUr4tfqwJvy.jpg)