ଗୋ-ସଂପଦଙ୍କ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗରେ ୮ ଜଣ ଅଧିକାରୀଙ୍କୁ ନିଲମ୍ବିତ କଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋ-ସଂପଦଙ୍କ ଚିକିତ୍ସାରେ କର୍ତ୍ତବ୍ୟ ଅବହେଳା କରିଥିବା ଅଭିଯୋଗରେ ୮ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି।ଖାଲି ସେତିକି ନୁହେଁ ଏହି ଘଟଣାରେ ଜଡ଼ିତ ୩ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବି ଯୋଗୀ ଆଦିତ୍ୟନାଥ ।
ଏହି ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ୩ ଜଣ ଜିଲ୍ଲା ମାଜିଷ୍ଟ୍ରେଟ ବି ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଗତକାଲି ସନ୍ଧ୍ୟାରେ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ଏକ ଭିଡ଼ିଓ ସମ୍ମିଳନୀ କରିଥିଲେ । ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ କମିଶନଙ୍କୁ ନିରାଶ୍ରୟ ଗାଈମାନଙ୍କ ମୃତ୍ୟୁର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯଦି ଏଭଳି ଘଟଣା ସାମ୍ନାକୁ ଆସିଥାଏ, ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

photo-ANI

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ଅସ୍ଥାୟୀ ଗୋଶାଳାରେ ବିଗତ କିଛି ଦିନ ମଧ୍ୟରେ ୩୫ଟି ଗାଈଙ୍କର ମୃତ୍ୟୁ ଘଟିଛି । ଗାଈମାନଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ବି ବଜ୍ରପାତ ଯୋଗୁଁ ଏହା ହୋଇଥାଇପାରେ ବୋଲି ଜିଲ୍ଲାପାଳ ଭାନୁ ଚନ୍ଦ୍ର ଗୋସ୍ୱାମୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର