ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗତକାଲି ଉତ୍ତର ପ୍ରଦେଶ ପୁଲିସ ଅଟକ ରଖିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଚିଦରମ୍ବରମ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ଉତ୍ତର ପ୍ରଦେଶ ପୁଲିସ ଏକାଧିକ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ସହିତ ରାଜ୍ୟରେ ଆଇନ ଶୃଙ୍ଖଳାର ଅର୍ଥ ଭିନ୍ନ ବୋଲି ସେ ମତ ଦେଇଛନ୍ତି। ଆଇନ କହିଲେ ଆଦିତ୍ୟନାଥଙ୍କ ଆଇନ ଏବଂ ଆଦେଶ କହିଲେ ଆଦିତ୍ୟନାଥଙ୍କ ଆଦେଶ। ପ୍ରିୟଙ୍କା ଗାନ୍ଧିଙ୍କର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଚିଦରମ୍ବରମ କହିଛନ୍ତି। ପ୍ରିୟଙ୍କାଙ୍କ ଅଟକକୁ ସେ ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି। ଏପରିକି ଆଜି ସକାଳ ହେବା ପୂର୍ବରୁ ରାତି ୪ଟା ୩୦ ମିନିଟରେ ତାଙ୍କୁ ଜଣେ ପୁରୁଷ ପୁଲିସ ଅଫିସର ଗିରଫ କରିଛନ୍ତି ବୋଲି ଚିଦମ୍ବରମ କହିଛନ୍ତି।
ୟୁପିରେ ଆଇନ କହିଲେ ଆଦିତ୍ୟନାଥଙ୍କ ଆଇନ: ଚିଦମ୍ବରମ୍
ପ୍ରିୟଙ୍କାଙ୍କୁ ଗିରଫ ବେଆଇନ ଓ ଲଜ୍ଜାଜନକ
/sambad/media/post_attachments/wp-content/uploads/2020/09/chidambaram-1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)