ସମ୍ପୂର୍ଣ୍ଣ ମହିଳା ରେଳଷ୍ଟେସନ ହେବ ଆଦିତ୍ୟପୁର

ଜାମସେଦପୁର: ଝାଡଖଣ୍ଡର ଆଦିତ୍ୟପୁର ରେଳ ଷ୍ଟେସନ ଅତିଶୀଘ୍ର ସମ୍ପୂର୍ଣ୍ଣ ମହିଳା ରେଳ ଷ୍ଟେସନ ଭାବେ ଘୋଷିତ ହେବ। ଦକ୍ଷିଣ ପୂର୍ବ ରେଳବାଇ ଜୋନ୍‌ର ଚକ୍ରଧରପୁର ଡିଭିଜନରେ ଥିବା ଏହି ରେଳ ଷ୍ଟେସନରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ରେଳବାଇ ସୁରକ୍ଷା ବଳ(ଆରପିଏଫ) ମଧ୍ୟ ଏହି ଷ୍ଟେସନରେ ମହିଳା ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରୁଛି। ତେବେ ପଶ୍ଚିମବଙ୍ଗର ହିଜିଲି ପରେ ଆଦିତ୍ୟପୁର ଦ୍ୱିତୀୟ ସମ୍ପୂର୍ଣ୍ଣ ମହିଳା ରେଳ ଷ୍ଟେସନ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର