‘ପୂର୍ଣ୍ଣମାନ୍ୟତା ଦେଲେ ବିଜେପି ପାଇଁ ପ୍ରଚାର କରିବୁ’
ନୂଆଦିଲ୍ଲୀ, ୧୧|୬(ପିଟି) : ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସଂକ୍ରାନ୍ତ ପ୍ରସ୍ତାବ ଆଜି ବିଧାନସଭାରେ ପାରିତ ହୋଇଛି। ତେବେ କେନ୍ଦ୍ର ସରକାର ଦିଲ୍ଲୀକୁ ଏହି ମାନ୍ୟତା ପ୍ରଦାନର ସ୍ୱୀକୃତି ଦେଲେ ୨୦୧୯ରେ ଆମେ ବିଜେପି ପାଇଁ ପ୍ରଚାର କରିବୁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଯଦି ଏହି ମାନ୍ୟତା ପ୍ରଦାନ ନକରନ୍ତି ତେବେ ଦିଲ୍ଲୀବାସୀ ‘ବିଜେପି ଦିଲ୍ଲୀ ଛାଡ’ର ସ୍ଳୋଗାନ ଦେଇ ଧାରଣା ଦେବେ ବୋଲି ସେ କହିଛନ୍ତି। ଅପରପକ୍ଷେ, ଦିଲ୍ଲୀର ପ୍ରଶାସନିକ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଓ ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନରେ କେଜ୍ରିଓ୍ଵାଲ୍ ଏହି ମନ୍ତବ୍ୟ ଦେଇଛନ୍ତି। ଆଜି କେଜ୍ରିଓ୍ଵାଲ୍ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲଢ଼େଇକୁ ସ୍ୱାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି।
ପ୍ରଶାସନିକ ଅସହଯୋଗର ପ୍ରତିବାଦ:ଉପ ରାଜ୍ୟପାଳଙ୍କ ଘର ଆଗରେ କେଜ୍ରିଓ୍ଵାଲଙ୍କ ଧାରଣା
ହାଇକୋର୍ଟରେ ବିଧାନସଭା ମାମଲା: ଜୁନ ୧୩ ଯାଏଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି
/sambad/media/post_attachments/wp-content/uploads/2018/06/kzriawal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)