ଘରୋଇ ମେଡିକାଲ କଲେଜରେ ନାମଲେଖା: ୫୦% ସିଟ୍ ସରକାରଙ୍କର

ନୂଆଦିଲ୍ଲୀ : ଦେଶର ସମସ୍ତ ଘରୋଇ ମେଡିକାଲ କଲେଜରେ ୫୦ ପ୍ରତିଶତ ସିଟ୍ ପାଇଁ ପାଠପଢ଼ା ଖର୍ଚ୍ଚ ସରକାରୀ ମେଡିକାଲ କଲେଜ ଅନୁରୂପ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ବିଟ୍ କରି ଉକ୍ତ ସରକାରୀ ନିଷ୍ପତ୍ତି ସମ୍ପର୍କରେ ସାଧାରଣଙ୍କୁ ଅବଗତ କରାଇଛନ୍ତି। ଫଳରେ ଗରିବ ଓ ମଧ୍ୟବିତ୍ତ ଘରର ମେଡ଼ିକାଲ ଆଶାୟୀ ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

ସରକାରୀ ମେଡିକାଲ କଲେଜଗୁଡ଼ିକରେ ଯଥେଷ୍ଟ ସିଟ୍ ନ ଥିବାରୁ ଏବଂ ଘରୋଇ କଲେଜଗୁଡ଼ିକରେ ଆକାଶଛୁଆଁ ଫି ହେତୁ ମଧ୍ୟବିତ୍ତ ପରିବାରର ମେଧାବୀ ପିଲାମାନେ ବିଦେଶରେ ମେଡିକାଲ ପଢ଼ିବାକୁ ଯାଉଛନ୍ତି। ଯୁଦ୍ଧ-ଧ୍ବସ୍ତ ୟୁକ୍ରେନ୍‌ରୁ ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଚାଲିଥିବା ବେଳେ ଭାରତ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ବାରା ଘରୋଇ ମେଡ଼ିକାଲ କଲେଜରେ ୫୦ ପ୍ରତିଶତ ସିଟ୍ ପାଇଁ ସରକାରୀ କଲେଜ ଅନୁରୂପ ଖର୍ଚ୍ଚ ଲାଗିବ। ପ୍ରତ୍ୟେକ ରାଜ୍ୟର ଫି ନିର୍ଦ୍ଧାରଣ କମିଟି ସରକାରଙ୍କ ଏହି ନିର୍ଦ୍ଦେଶାବଳୀ ମାନିବାକୁ ବାଧ୍ୟ ହେବେ।

ସମ୍ବନ୍ଧିତ ଖବର