ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ପିଲାମାନଙ୍କ ନାମ ଲେଖା ମୋବାଇଲ୍ ଆପ୍ ଦ୍ବାରା ହେବ। ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏକ ଆଣ୍ଡଏଡ୍ ମୋବଇଲ ଆପ୍ ପ୍ରସ୍ତୁତ କରାଯାଇଛି। କରୋନା ସଂକ୍ରମଣ ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶରେ ଥିବା ୧୨୦୦ରୁ ଅଧିକ ବିଦ୍ୟାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ନାମ ଲେଖା ଆରମ୍ଭ ହୋଇପାରି ନାହିଁ। ୨୦ ଜୁଲାଇରୁ ନାମ ଲେଖା ପାଇଁ ପଂଜୀକରଣ ଆରମ୍ଭ ହେବ ଏବଂ ଆବେଦନର ଶେଷ ତାରିଖ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରଥମ ଶ୍ରେଣୀରେ ନାମଲେଖା ଆବେଦନ ମୋବାଇଲ ଆପ୍ ଦ୍ବାରା କରାଯିବ। ତେଣୁ ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକମାନଙ୍କୁ ସ୍କୁଲକୁ ନ ଆସି ମୋବାଇଲ ଆପ୍ ଦ୍ବାରା ଆବେଦନ କରିବାକୁ ଅପିଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ୧ ଲକ୍ଷ ସିଟ୍ ରହିଛି।
ମୋବାଇଲ ଆପ୍ ଦ୍ୱାରା କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା
/sambad/media/post_attachments/wp-content/uploads/2020/07/KVS-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)