ନୂଆଦିଲ୍ଲୀ: ଅଦନାନଙ୍କ ପାକିସ୍ତାନ ଛାଡ଼ିବା ପଛରେ ରହିଛି ବଡ଼ ରହସ୍ୟ। ଖୋଲିଯିବ କି ପାକିସ୍ତାନର ଅସଲ ମୁଖା। ଟି-୨୦ ବିଶ୍ବକପରେ ପାକିସ୍ତାନ ହାରିବା ପରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଦନାନ ସାମୀ କରିଥିବା ଟ୍ବିଟକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରୁ ଆସି ଭାରତର ନାଗରିକତା ହାସଲ କରିଥିବା ଅଦନାନ ପାକିସ୍ତାନର ପରାଜୟରେ ଖୁସି ବ୍ୟକ୍ତ କରି ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଭଲ ଟିମ୍ ଜିତିଛି ବୋଲି ଲେଖିଛନ୍ତି।
/sambad/media/post_attachments/91fabe05a7aea15f23a815d6604945646472d787c7c1afbb0877323632a4298d.jpg)
ସେ ଲେଖିଛନ୍ତି ଯେ, ଭଲ ଟିମ ଜିତିଛି। ଅଭିନନ୍ଦନ ଇଂଲଣ୍ଡ। ଏହା କେବଳ ଏକ ଖେଳ। ଯେଉଁମାନେ ଅନ୍ୟ ଦଳର ପରାଜୟକୁ ନେଇ ଖୁସି ହେଉଥିଲେ ଏହା ସେମାନଙ୍କ ପାଇଁ ଏକ ବଡ଼ ଶିକ୍ଷା। ଅଦନାନ୍ ତାଙ୍କ ଟ୍ୱିଟ୍ ସହିତ ଦିବଂଗତ କଣ୍ଠଶିଳ୍ପୀ ବାପି ଲେହରିଙ୍କ ଏକ ଗୀତ 'ମେରେ ତୋ ଲଗ୍ ଗଏ ...' ର ଏକ ଛୋଟ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି।
— Adnan Sami (@AdnanSamiLive) November 14, 2022
ଏହା ସହ ଅଦନାନ୍ ଟୁଇଟ୍ କରି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଟ୍ୱିଟରରେ ଏକ ଲମ୍ବା ନୋଟ୍ ଲେଖି ଅଦନାନ୍ କହିଛନ୍ତି ଯେ ଦୀର୍ଘ ଦିନ ଧରି ପାକିସ୍ତାନରେ କିପରି ତାଙ୍କ ସହ ଖରାପ ବ୍ୟବହାର କରାଯାଉଥିଲା ସେ ବିଷୟରେ ସେ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିବେ।
କେଉଁ କାରଣ ପାଇଁ ତାଙ୍କୁ ପାକିସ୍ତାନ ଛାଡିବାକୁ ପଡ଼ିଥିଲା, ସେ ସବୁ ବିଷୟରେ ଅଦନାନ ଜଣାଇବେ ବୋଲି କହିଛନ୍ତି। ତାଙ୍କର ଏଭଳି ଟ୍ବିଟକୁ ନେଇ ପାକିସ୍ତାନୀ କ୍ରିକେଟ ପ୍ରଶଂସକ ତାଙ୍କୁ ଟ୍ରୋଲ କରିଛନ୍ତି। ଅଦନାନ ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇ ଭାରତ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଲେଖି ପାକିସ୍ତାନୀ କ୍ରିକେଟ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/t-58.jpg)