ନୂଆଦିଲ୍ଲୀ: ଭାରତୀୟ ନାଗରିକତା ହାସଲ କରିଥିବା ବଲିଉଡ୍ ଗାୟକ ଅଦ୍ନାନ ସାମୀ ଆଜି ନାଗରିକତା ସଂଶୋଧନ ବିଲ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଅଦ୍ନାନ କହିଛନ୍ତି, ଯେଉଁ ଧର୍ମ ଆଧାରିତ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଉତ୍ପୀଡ଼ନ ହେଉଛି ସେଠାରୁ ଆସୁଥିବା ଶରଣାର୍ଥୀଙ୍କୁ ଏହି ବିଲ୍ ନ୍ୟାୟ ପ୍ରଦାନ କରିବ। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶ ଧର୍ମ ଆଧାରିତ ଥିବାରୁ ସେଠାରେ ମୁସ୍ଲିମଙ୍କ ଉପରେ ଉତ୍ପୀଡ଼ନ ହୁଏନାହିଁ । ସେଠାରେ ସଂଖ୍ୟାଲଘୁ ଅତ୍ୟାଚାରିତ ହୋଇ ଭାରତ ଆସିଲେ ସେମାନଙ୍କୁ ଶରଣ ଓ ନାଗରିକତା ମିଳିବ। ଏହି ବ୍ୟବସ୍ଥା ସଂଖ୍ୟାଲଘୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଅଦ୍ନାନ କହିଛନ୍ତି।
ବିଲ୍କୁ ଅଦ୍ନାନ ସାମୀଙ୍କ ସମର୍ଥନ, ପାକିସ୍ତାନ, ବାଂଲାଦେଶରେ ମୁସ୍ଲିମଙ୍କ ଉତ୍ପୀଡ଼ନ ହୁଏନାହିଁ
/sambad/media/post_attachments/wp-content/uploads/2019/12/fhf5h745sf6h4sf56h4sf56h4sf65h46.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)