ନୂଆଦିଲ୍ଲୀ: ‘ଆଡୋବ୍’ର ସହ-ସଂସ୍ଥାପକ ଏବଂ ‘ପୋର୍ଟାବଲ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍’ର (ପିଡିଏଫ୍) ସୃଷ୍ଟିକାରୀ ଚାର୍ଲସ୍ ଜାସ୍କିଙ୍କର ଶୁକ୍ରବାର ଦିନ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଜାସ୍କି ସାନ୍ ଫ୍ରାନ୍ସିସ୍କୋ ବେ’ ଏରିଆ ଉପନଗରୀ ଲସ୍ ଅଲଟୋସ୍ରେ ବାସ କରୁଥିଲେ।
‘ଜେରକ୍ସ୍’ର ସହକର୍ମୀ ଜନ୍ ଓ୍ଵାର୍ଣ୍ଣନକ୍ଙ୍କ ସହ ମିଶି ସେ ୧୯୮୨ ମସିହାରେ ‘ଆଡୋବ୍’ ସଂସ୍ଥାପନ କରିଥିଲେ। ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ ମଧ୍ୟ ୨୦୨୦ ପର୍ଯ୍ୟନ୍ତ ‘ଆଡୋବ୍’ ବୋର୍ଡରେ ସମ୍ପୃକ୍ତ ଥିଲେ।
Image Courtesy of India Todayସେମାନଙ୍କର ପ୍ରଥମ ଉତ୍ପାଦ ଥିଲା ‘ଆଡୋବ୍ ପୋଷ୍ଟ୍ସ୍କ୍ରିପ୍ଟ୍’। ଏହାପରେ ସେ ‘ପିଡିଏଫ୍’, ‘ଆକ୍ରୋବାଟ୍’, ‘ଇଲଷ୍ଟ୍ରାଟର୍, ପ୍ରିମିୟର୍ ପ୍ରୋ’ ଏବଂ ‘ଫଟୋସପ୍’ ଆଦି ସଫ୍ଟ୍େଓ୍ଵର୍ ଉଦ୍ଭାବନ କରିଥିଲେ।
Adobe Wiki - Fandom୧୯୬୦ ଦଶକରେ ଜନ୍ କାରୋଲ୍ ୟୁନିଭର୍ସିଟିରେ ଗଣିତ ଅଧ୍ୟାପନ କରୁଥିବା ସମୟରେ ଜାସ୍କି କମ୍ପ୍ୟୁଟର୍ ସାଇନ୍ସ୍ ପ୍ରତି ମନବଳାଇଥିଲେ। ଏହାପରେ ସେ କମ୍ପ୍ୟୁଟର୍ ସାଇନ୍ସ୍ରେ ‘ପିଏଚ୍ଡି’ କରିଥିଲେ। ‘କାର୍ଣ୍ଣେଜି ମେଲନ୍ ୟୁନିଭର୍ସିଟି’ରୁ ଡକ୍ଟରେଟ୍ ହାସଲ କରିବା ପରେ ସେ ‘ଜେରକ୍ସ୍ ପାଲୋ ଅଲ୍ଟୋ ରିସର୍ଚ ସେଣ୍ଟର୍’ରେ କାମ କରିବା ବେଳେ ଓ୍ଵାର୍ଣ୍ଣନକ୍ଙ୍କ ସଂସ୍ପର୍ଶରେ ଆସିଥିଲେ। ୨୦୦୯ରେ ରାଷ୍ଟ୍ରପତି ବାରାକ୍ ଓବାମା ଜାସ୍କି ଓ ଓ୍ଵାର୍ଣ୍ଣନକ୍ଙ୍କୁ ‘ନ୍ୟାସ୍ନାଲ୍ ମେଡାଲ୍ ଅଫ୍ ଟେକ୍ନୋଲୋଜି’ ପୁରସ୍କାରରେ ସମ୍ମାନିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Adobe-Co-Founder-Dies_Thumbnail-2.jpg)