ଉଡୁପୀ: କର୍ଣ୍ଣାଟକର ଉଡୁପୀ ଜିଲ୍ଲା ଅନ୍ତର୍ଗତ କୌପ୍ ତାଲୁକ ଅଞ୍ଚଳର ମାଜୂର ଗାଁସ୍ଥିତ କରନଡାଡିରେ ଥିବା ବାସଭବନରୁ ୧୭ ବର୍ଷୀୟ ପାଳିତା ଝିଅ ନିଖୋଜ ହୋଇଯିବାରୁ ମଙ୍ଗଳବାର ରାତିରେ ଏକ କଳାକାର ଦମ୍ପତି ଆତ୍ମହତ୍ୟା କରିଛନ୍ତି।
ମଙ୍ଗଳବାର ରାତି ୧୧.୨୦ରୁ ୧୨.୩୦ ମଧ୍ୟରେ ଶୋଇବାଘରେ ନାଇଲନ୍ ଶାଢ଼ିରେ ଫାଶୀ ଲଗାଇ ଜୀବନ ହରାଇଥିବା ଦମ୍ପତି ହେଉଛନ୍ତି ୬୮ ବର୍ଷିୟ ମଞ୍ଚ କଳାକାର ଲୀଳାଧର ସେଟ୍ଟୀ ଓ ତାଙ୍କ ୫୯ ବର୍ଷୀୟ ସ୍ତ୍ରୀ ବସୁନ୍ଧରା ଏଲ୍. ସେଟ୍ଟୀ।
ପୁଲିସ ସୂତ୍ରରୁ ପ୍ରକାଶ ୧୬ ବର୍ଷ ତଳେ ଉକ୍ତ କଳାକାର ଦମ୍ପତି ସେ ଝିଅକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ।
Image Courtesy of Pune.Newsସେଟ୍ଟୀ ଦମ୍ପତିଙ୍କ ସମ୍ପର୍କୀୟ ମୋହନ କୁମାର ଡି. ସେଟ୍ଟୀଙ୍କଦ୍ବାରା ଫାଇଲ୍ କରାଯାଇଥିବା ଅଭିଯୋଗ ଆଧାରରେ ଅପହରଣ ମାମଲା ରୁଜୁ କରି ପୁଲିସ ନିରୁଦ୍ଦିଷ୍ଟ ତରୁଣୀକୁ ଠାବ କରିବା ଲାଗି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଲୀଳାନ୍ନା ନାମରେ ସୁପରିଚିତ ଲୀଳାଧର ଥରେ କୌପ୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଏବଂ ମାଜୂର ଗ୍ରାମପଞ୍ଚାୟତର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ। ଜନକଲ୍ୟାଣ କ୍ଷେତ୍ରରେ ବି ସେ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ସମ୍ମାନଜନକ ଥିଏଟର୍ ଦଳ ‘ରଙ୍ଗତରଙ୍ଗ’ ତାଙ୍କ ଲୋକପ୍ରିୟତାର ପ୍ରମାଣ ଦିଏ। ସେ ଜଣେ ଦକ୍ଷ ଅଭିନେତ ଓ ନିର୍ଦେଶକ ଭାବେ ବି ସୁନାମ ଅର୍ଜନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ac.jpg)