ଦାଗୀ ନେତାଙ୍କୁ ପସନ୍ଦ କରୁଛନ୍ତି ଭୋଟର !

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ରାଜନୀତିକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି | ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ ନିର୍ବାଚନରେ ଭଲ ଭାବମୂର୍ତ୍ତି ଥିବା ନେତାଙ୍କୁ ଭୋଟର ପ୍ରତ୍ୟାଖାନ କରିଛନ୍ତି | ଅନ୍ୟପଟେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ଅଧିକ ବିଶ୍ୱାସ କରିଛନ୍ତି |

ମିଳିଥିବା ତଥ୍ୟ ମୁତାବକ ଲୋକସଭା ନିର୍ବାଚନରେ ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ୩୪୧ ଜଣ ସାଂସଦ ଅର୍ଥାତ ୬୩ ପ୍ରତିଶତ ସାଂସଦ ନିଜ ମତଦାତାଙ୍କ ପାଖରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି | ସେହିପରି ୨୦୧ ଜଣ ସାଂସଦ ୫୦ ପ୍ରତିଶତରୁ କମ ଭୋଟ ପାଇଛନ୍ତି | ସେହିପରି ୨୩୩ ଜଣ ସାଂସଦ ନିଜ ବିରୋଧରେ ଅପରାଧିକ ମାମଲା ଚାଲିଥିବାନେଇ ସତ୍ୟପାଠରେ ଉଲ୍ଲେଖ କରିଥିଲେ |

ଏହି ସାଂସଦଙ୍କ ବିରୋଧରେ ୧୧୫ ଜଣ ସ୍ଵଛ ଭାବମୂର୍ତ୍ତି ଥିବା ପ୍ରାଥୀ ଲଢ଼ିଥିଲେ ବି ପରାସ୍ତ ହୋଇଥିଲେ | ଏହି ୨୩୩ ଜଣ ଦାଗୀ ନେତାଙ୍କ ମଧ୍ୟରୁ ୧୩୨ ଜଣ ସାଂସଦ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି |

ସମ୍ବନ୍ଧିତ ଖବର