ନବନିଯୁକ୍ତ ମହାରାଷ୍ଟ୍ର ବିଧାନସଭା ସଦସ୍ୟଙ୍କ ମଧ୍ୟରୁ ୬୨%ଙ୍କ ନାଁରେ ଅପରାଧିକ ମାମଲା : ଏ଼ଡିଆର ରିପୋର୍ଟ

ନୂଆଦିଲ୍ଲୀ : ନବନିଯୁକ୍ତ ମହାରାଷ୍ଟ୍ର ବିଧାୟକମାନଙ୍କ ମଧ୍ୟରୁ ୬୨ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ରହିଛି ବୋଲି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ପକ୍ଷରୁ କୁହାଯାଇଛି । ଏଡିଆର୍‌ ପକ୍ଷରୁ ଆମ ଦେଶରେ ହେଉଥିବା ବିଭିନ୍ନ ନିର୍ବାଚନ ଉପରେ ଅଧ୍ୟୟନ କରାଯାଇଥାଏ ।

ଏଡିଆର ପକ୍ଷରୁ ମହାରାଷ୍ଟ୍ରର ୨୮୮ ବିଧାୟକଙ୍କ ମଧ୍ୟରୁ ୨୮୫ ବିଧାୟକଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠକୁ ଅଧ୍ୟୟନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଅବଶିଷ୍ଟ ୩ ଜଣଙ୍କର ଆଫଡାଫିଟ୍‌ ବା ସତ୍ୟପାଠ ନିର୍ବାଚନ ଆୟୋଗଙ୍କ େଓ୍ଵବସାଇଟ୍‌ରେ ନଥିବାରୁ ସେମାନଙ୍କୁ ଏହି ରିପୋର୍ଟରେ ସାମିଲ କରାଯାଇନାହିଁ ।

ଏହି ରିପୋର୍ଟରେ କୁହାଯାଇଛି ଯେ ୨୮୫ ବିଧାୟକଙ୍କ ମଧ୍ୟରୁ ୬୨ ପ୍ରତିଶତ ଅର୍ଥାତ ୧୭୬ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ ୧୧୩ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।

ଅନ୍ୟପକ୍ଷରେ ଏଡିଆର ରିପୋର୍ଟରେ ଜଣାଡିଛି ଯେ ଗତ ବିଧାନସଭାର ସଦସ୍ୟମାନଙ୍କ ମଧ୍ୟରୁ ଏଥର ନିର୍ବାଚନ ଜିଣିଥିବା ବିଧାୟକମାନଙ୍କ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ଅଧିକ । ଗତ ବିଧାନସଭା ସଦସ୍ୟମାନଙ୍କ ମଧ୍ୟରୁ ୨୫୩ ଜଣ ବା ୮୮ ପ୍ରତିଶତ ମିଲିୟନେର ( ନିୟୁତପତି) ଥିବାବେଳେ ଏଥର ୨୬୪ ଜଣ ବା ୯୩ ପ୍ରତିଶତ ହେଉଛନ୍ତି ମିଲିୟନେର ( ନିୟୁତପତି) । ଏଥରର ସଦସ୍ୟମାନଙ୍କ ହାରାହାରି ସଂପତ୍ତି ପରିମାଣ ୨୨.୪୨ କୋଟି ଟଙ୍କା ରହିଛି, ଯାହାକି ଗତ ବିଧାନସଭା ସଦସ୍ୟଙ୍କ ହାରାହାରି ସଂପତ୍ତି ପରିମାଣ ୧୦.୮୭ କୋଟି ଟଙ୍କା ଥିଲା ।

ସମ୍ବନ୍ଧିତ ଖବର