ଅଧିକାଂଶ ନବନିର୍ବାଚିତ ରାଜ୍ୟସଭା ସାଂସଦ କୋଟିପତି : ଏଡିଆର

ନୂଆଦିଲ୍ଲୀ : ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୫୭ ଜଣ ସାଂସଦଙ୍କ ଅପରାଧିକ ଓ ଆର୍ଥିକ ପୃଷ୍ଠଭୂମି ସଂପର୍କରେ ଏକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟରୁ ଏକ ରୋଚକ ତଥ୍ୟ ଜଣା ପଡ଼ିଛି । ତାହା ହେଉଛି ନିର୍ବାଚିତ ଅଧିକାଂଶ ସାଂସଦ ହେଉଛନ୍ତି କୋଟିପତି । ନିର୍ବାଚିତ ୫୭ ସାଂସଦଙ୍କ ମଧ୍ୟରୁ ୫୩ ଜଣ ହେଉଛନ୍ତି କୋଟିପତି । ଟିଆରଏସର ଡ.ବନ୍ଦୀ ପାର୍ଥ ସାରଥୀ, ସମାଜବାଦୀ ପାର୍ଟି ସମର୍ଥିତ କପିଲ ସିବଲ ଓ ଆପର ବିକ୍ରମଜିତ ସିଂ ସାହାଣି ସବୁଠାରୁ ଧନୀ (ନବନିର୍ବାଚିତ ) ରାଜ୍ୟସଭା ସାଂସଦର ମାନ୍ୟତା ପାଇଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ୫୭ ସାଂସଦଙ୍କ ମଧ୍ୟରକୁ ୨୩ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ୧୨ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା (ଯେପରିକି ହତ୍ୟା, ହତ୍ୟା ଉଦ୍ୟମ, ଚୋରି) ରହିଛି । ଏହି ୧୨ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ନାଁରେ ହତ୍ୟା ମାମଲା ଓ ଆଉ ଜଣକ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି । ଜଣେ ସାଂସଦଙ୍କ ନାଁରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି ।

ବିଜେପିରୁ ନିର୍ବାଚିତ ୨୨ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୯ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ କଂଗ୍ରେସରୁ ନିର୍ବାଚିତ ୯ ସାଂସଦଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଉଳ୍ଲେଖଯୋଗ୍ୟ, ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚିତ ୩ ରାଜ୍ୟସଭା ସାଂସଦଙ୍କ ନାମରେ କୌଣସି ଅପରାଧିକ ମାମଲା ନ ଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର