ଆସନ୍ତା ମାର୍ଚ୍ଚରୁ ବୟସ୍କଙ୍କ କୋଭିଡ୍‌ ଟିକାକରଣ, ସାମିଲ ହେବେ ୨୭ କୋଟି ହିତାଧିକାରୀ

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଆରମ୍ଭ ହେବ ଏବଂ ଏଥିରେ ୨୭ କୋଟି ହିତାଧିକାରୀ ସାମିଲ ହେବେ। ସେମାନଙ୍କ ଭିତରେ ୫୦ ବର୍ଷରୁ ଅଧିକ ବୟସର ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ୫୦ ବର୍ଷରୁ କମ୍‌ ବୟସର ହିତାଧିକାରୀ ରହିଛନ୍ତି ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଲୋକସଭାରେ ସୂଚନା ଦେଇଛନ୍ତି। ତେବେ ଦେଶରେ ସମ୍ପ୍ରତି ଜାରି ରହିଥିବା ପ୍ରଥମ ଓ ଦ୍ବିତୀୟ ଦଫା ଟିକାକରଣର ପରିସମାପ୍ତି ପରେ ଆସନ୍ତା ମାସର ଯେ କୌଣସି ଦିନ ଏହି ତୃତୀୟ ଦଫା ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିପରି ଆମ ଦେଶରେ ପ୍ରସ୍ତୁତ କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ଟିକାର ମୋଟ ୬୧ ଲକ୍ଷ ମାତ୍ରା ଅନ୍ୟ ୧୫ଟି ଦେଶକୁ ଯୋଗାଇ ଦିଆସରିଥିବା ବେଳେ ଉକ୍ତ ଟିକା ପାଇବା ଲାଗି ଆହୁରି ୨୨ଟି ଦେଶ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର