ବୟସ୍କ ଏବଂ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ୍‌ ବୁଷ୍ଟର ଡୋଜ୍‌ ଆବଶ୍ୟକ: ‘ହୁ’

ନୂ୍ଆଦିଲ୍ଲୀ : ବୟସ୍କ ଏବଂ ଅଧିକ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତି ଯେଉଁମାନେ କି ଅତି ସହଜରେ ରୋଗର ଶିକାର ହୋଇପାରନ୍ତି ସେମାନଙ୍କ ପାଇଁ ବାର୍ଷିକ ବୁଷ୍ଟର୍‌ ଡୋଜ୍‌ ଆବଶ୍ୟକ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଏହି ଆକଳନ କରାଯାଇଛି। ‘ହୁ’ର ଏହି ଆଳକନ ଏକ ରିପୋର୍ଟରେ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି ଏବଂ ଖୁବ୍‌ ଶୀଘ୍ର ଏହା ଉପରେ ଏକ ବୋର୍ଡ‌୍ ମିଟିଂରେ ଆଲୋଚନା ହୋଇପାରେ। ଟିକା ନିର୍ମାତା ମଡର୍ଣ୍ଣା, ଫାଇଜର୍‌ ଏବଂ ବାୟୋଏନ୍‌ଟେକ୍‌ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ, ବିଶ୍ବ ଖୁବ୍‌ ଶୀଘ୍ର ବୁଷ୍ଟର୍‌ ଡୋଜ୍‌ ଆବଶ୍ୟକ କରିପାରେ। କିନ୍ତୁ ଏନେଇ କିଛି ସ୍ପଷ୍ଟ ପ୍ରମାଣ ଏଯାବତ୍‌ ମିଳିନାହିଁ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅସୁସ୍ଥ ଏବଂ ବୟସ୍କଙ୍କ ପାଇଁ ପ୍ରତି ବର୍ଷ ବୁଷ୍ଟର୍‌ ଡୋଜ୍‌ ଏବଂ ସାଧାରଣ ଜନସାଧାରଣଙ୍କୁ ପ୍ରତି ୨ ବର୍ଷରେ ଥରେ ବୁଷ୍ଟର ଡୋଜ୍‌ ଦେବାପାଇଁ ବିଚାରବିମର୍ଶ କରିପାରନ୍ତି।

ସମ୍ବନ୍ଧିତ ଖବର