ନୂଆଦିଲ୍ଲୀ: ୨୦୨୧ ମସିହାର ପ୍ରଥମ ୩ ମାସ ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇଯିବ। ଟିକା ବଜାରରେ ଉପଲବ୍ଧ ହେବା ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନଥିଲେ ସୁଦ୍ଧା ଏହା ୨୦୨୧ ପ୍ରଥମ ତ୍ରୟମାସିକରେ ପ୍ରସ୍ତୁତ ହୋଇଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ତେବେ ସରକାର ବୟସ୍କ ଏବଂ ଉଚ୍ଚ ବିପଦପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ପ୍ରଥମେ ଜରୁରୀ ଭିତ୍ତିରେ ଟିକାକରଣ ପାଇଁ ବିଚାର କରୁଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଟିକାର ମାନବୀୟ ପରୀକ୍ଷଣ ପାଇଁ ସରକାର ସମ୍ପୂର୍ଣ୍ଣ ସତର୍କତା ଗ୍ରହଣ କରିଛନ୍ତି। ଟିକାର ସୁରକ୍ଷା, ମୂଲ୍ୟ, ଉତ୍ପାଦନର ସମୟସୀମା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହେଉଛି। ତେବେ ଟିକାକରଣ ପାଇଁ କାହାର ଆର୍ଥିକ କ୍ଷମତା ଥାଉ କି ନଥାଉ ଯେଉଁମାନେ ଟିକା ନିହାତି ଆବଶ୍ୟକ କରୁଥିବେ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ହର୍ଷବର୍ଦ୍ଧନ ନିଶ୍ଚିତ କରାଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି ଯଦି କିଛି ବ୍ୟକ୍ତିଙ୍କର ଟିକାକୁ ନେଇ ବିଶ୍ବାସ ନଥାଏ ତେବେ ମୁଁ ଟିକାର ପ୍ରଥମ ଡୋଜ୍ ନେଲେ ଖୁସି ହେବି।
ବୟସ୍କ, କରୋନା ଯୋଦ୍ଧାଙ୍କୁ ପ୍ରଥମେ ଟିକା ମିଳିବ
ଯଦି ବିଶ୍ବାସ ଅଭାବ ଥାଏ ତେବେ ପ୍ରଥମ ଡୋଜ୍ ଟିକା ମୁଁ ନେବି: ହର୍ଷବର୍ଦ୍ଧନ
/sambad/media/post_attachments/wp-content/uploads/2020/09/vaccine-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)