ନୂଆଦିଲ୍ଲୀ : ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଏକ ଖବର କାଗଜରେ ପ୍ରକାଶିତ ବିଜ୍ଞାପନର ଫଟୋ ସେୟାର କରି ଟ୍ବିଟ୍ କରିଛନ୍ତି। ବିଜ୍ଞାପନରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ଆସାମର କୌଣସି ସ୍ଥାନରେ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ହଜିଯାଇଛି। ଇଣ୍ଟରନେଟ୍ରେ ଏହି ଖବର ଝଡ଼ ସୃଷ୍ଟି କରିଛି। ବିଜ୍ଞାପନରେ କୁହାଯାଇଛି, ମୁଁ ୦୭.୦୯.୨୨ ତାରିଖ ଦିନ ଆସାମର ଲୁମ୍ଡିଙ୍ଗ ବଜାରରେ ମୋର ମୃତ୍ୟୁ ପ୍ରମାଣପତ୍ର ହଜାଇ ଦେଇଛି। ଏଥିରେ ହଜିଯାଇଥିବା ପ୍ରମାଣପତ୍ରର ପଞ୍ଜୀକରଣ ଏବଂ କ୍ରମିକ ସଂଖ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଶର୍ମା ଏହି ପୋଷ୍ଟର ମଜାଳିଆ କ୍ୟାପସନ୍ ଲେଖିଛନ୍ତି ‘ଏହା କେବଳ ଭାରତରେ ଘଟିଥାଏ।’
ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି, ବ୍ୟକ୍ତି ଜଣକ କ’ଣ ସ୍ୱର୍ଗରୁ ସାହାଯ୍ୟ ମାଗୁଛନ୍ତି କି? କିଛି ଉପଭୋକ୍ତା ଥଟ୍ଟା କରି ପଚାରିଥିଲେ ଯେ ହଜିଯାଇଥିବା କାଗଜ ପାଇବା ପରେ ସେମାନେ କେଉଁଠାରେ ପହଞ୍ଚାଇବା ଉଚିତ୍। ଆଉଜଣେ ୟୁଜର କରିଛନ୍ତି, ପ୍ରଥମ ଥର କେହି ଜଣେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ହରାଇଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/death-c.jpg)