କୋଲକତା : କାଲକାଟା ହାଇକୋର୍ଟର ଡିଭିଜନ ବେଞ୍ଚ ଆଜି ଗତ କାଲି ଆସିଥିବା ସିଙ୍ଗଲ ବେଞ୍ଚ ରାୟକୁ ବଦଳାଇ ଦେଇଛନ୍ତି । ୩ ଜଣ ବିଜେପି ନେତାଙ୍କ ସହ ଆଲୋଚନା କରି ଡିସେମ୍ବର ୧୨ ସୁଦ୍ଧା ପ୍ରସ୍ତାବିତ ର‍୍ୟାଲି ସଂପର୍କରେ ନିଷ୍ପତ୍ତି ନେବାକୁ ଡିଭିଜନ ବେଞ୍ଚ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିଭିଜନ ବେଞ୍ଚ ବିଜେପିର ପ୍ରସ୍ତାବିତ ରଥଯାତ୍ରା ଉପରେ ଗତ କାଲି କୋର୍ଟ ଜାନୁୟାରୀ ୯ ପର୍ଯ୍ୟନ୍ତ ଲଗାଇଥିବା ସ୍ଥଗିତାଦେଶକୁ ଉଠାଇ ଦେଇଛନ୍ତି ।

Advertisment

ଗତକାଲି ବିଜେପି ସଭାପତି ଅମିତ ଶାହାଙ୍କ ପ୍ରସ୍ତାବିତ ରଥଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଥିଲେ କାଲକାଟା ହାଇକୋର୍ଟ । ଶୁକ୍ରବାରଦିନ କୁଚ ବିହାରରେ ବିଜେପି ୩ଟି ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । ଅମିତ ଶାହା ଏଥିରେ ଯୋଗ ଦେଇଥାନ୍ତେ । କିନ୍ତୁ ଏହା ଦ୍ୱାରା ସାଂପ୍ରଦାୟିକ ଉତ୍ତେଜନା ହେବାର ଆଶଙ୍କା ରହିଛି ବୋଲି କହି ରାଜ୍ୟ ସରକାର ଏହାକୁ ଅନୁମତି ଦେଇନଥିଲେ । ଏହା ବିରୋଧରେ ବିଜେପି ହାଇକୋର୍ଟ ଯାଇଥିଲା ।