ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଦେଲେ ଇସ୍ତଫା, ବର୍ଷକ ମଧ୍ୟରେ ଛାଡିଲେଣି ଦୁଇ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ସେ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ | ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କ୍ୟାଡରର ଜଣେ ଆଇଏଏସ ଅଫିସର |

ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା | ତେବେ ଅମରଜିତଙ୍କୁ ମିଶାଇଲେ ଚଳିତ ବର୍ଷ ଏହା ଦ୍ଵିତୀୟ ଇସ୍ତଫା ହେବ | କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ | ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେବା ପରେ ତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା |

ତିନି ଦଶକର କ୍ୟାରିୟର ବାବଦରେ କହିବାକୁ ଗଲେ ସିହ୍ନା ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ | ତାଙ୍କର ନ୍ୟାସନାଲ ରୁରାଲ ହେଲଥ ମିଶନ ଓ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା |

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଗତ ମାର୍ଚ୍ଚ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେ କାହିଁକି ଇସ୍ତଫା ଦେଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବାର କୁହାଯାଇଥିଲା |

ସମ୍ବନ୍ଧିତ ଖବର