ନୂଆଦିଲ୍ଲୀ:  ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ବି ଆର୍‌ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବା ଉଦ୍ୟମ ପରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସସିବିଏ) ଗୁରୁବାର ଦିନ ଭାରତର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିବା ଓକିଲ ରାକେଶ କିଶୋରଙ୍କ ଅସ୍ଥାୟୀ ସଦସ୍ୟତାକୁ ବାତିଲ କରିଛି। ତାଙ୍କୁ ବାରରୁ ବହିଷ୍କାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଥିବା ଜଣାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୬ରେ ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ। ସେ ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଜୋତାଟି ବି.ଆର. ଗଭାଇଙ୍କ ଟେବୁଲରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଓକିଲଙ୍କୁ ତୁରନ୍ତ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ କୋର୍ଟରୁମ୍‌ରୁ ବାହାରକୁ ନିଆଯାଉଥିବା ବେଳେ ସେ କହିଥିଲେ, "ସନାତନର ଅପମାନ ସହିବୁ ନାହିଁ।" ତେବେ ଏଭଳି ସେ କାହିଁକି କହିଥିଲେ, ତାହା ସାମ୍ନାକୁ ଆସିନାହିଁ। ଜଷ୍ଟିସ ଗଭାଇ ସମଗ୍ର ଘଟଣା ଘଟିବା ସମୟରେ ଶାନ୍ତ ରହିଥିଲେ ଏବଂ କୋର୍ଟ କାର୍ଯ୍ୟ ଯଥାରୀତି ଜାରି ରହିଥିଲା। ଘଟଣା ଘଟିବା ପରେ ସେ କହିଥିଲେ ଯେ, "ଏହି ଜିନିଷଗୁଡ଼ିକ ମୋ ଉପରେ ପ୍ରଭାବ ପକାଏ ନାହିଁ।" ଏହା ସହ କାବୁ କରାଯାଇଥିବା ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମୁଖ୍ୟ ବିଚାତପତି ବି.ଆର. ଗଭାଇ କହିଥିଲେ।

Advocate Rakesh Kishore | CJI Gavai | Supreme Court