ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ବିମାନବନ୍ଦର ଅଭିମୁଖେ ଦୌଡ଼ି ଯାଇଥିଲେ। ଯାହାଫଳରେ ଟର୍ମିନାଲରୁ ନେଇ ରନୱେ ପର୍ଯ୍ୟନ୍ତ ହଜାର ଲୋକଙ୍କ ଭିଡ ଜମି ରହିଥିଲା। ଲୋକେ କୌଣସି ପ୍ରକାରେ ସେଠାରୁ ପଳାଇ ଯିବାକୁ ଚାହୁଁଥିଲେ। ଏଥିପାଇଁ କିଛିଲୋକ ବିମାନ ଚକାରେ ବି ଝୁଲି ପଡ଼ିଥିଲେ। ଏହି କ୍ରମରେ ଜଣେ ପାଇଲଟ ସେହି ଭୟାବହ ଘଟଣାକୁ ବଖାଣିଛନ୍ତି।
ବ୍ରିଟିଶ (ଆରଏଏଫ) ବାୟୁସେନାର ଉଇଙ୍ଗ କମାଣ୍ଡର ଓ ପାଇଲଟ କେବ ଲେଚମେନ କହିଛନ୍ତି, ରନୱେରେ ବିମାନ ଉଡ଼ାଇବା ଏତେ ବିପଦପୂର୍ଣ୍ଣ ଥିଲା କି ସାମନ୍ୟ ତ୍ରୁଟି ବି ହଜାରଲୋକଙ୍କ ଜୀବନ ନେଇ ଯାଇଥାଆନ୍ତା। ଅଗଷ୍ଟ ୨୬ ତାରିଖରେ ବିମାନବନ୍ଦରରେ ବିସ୍ଫୋରଣ ପରେ କାବୁଲ ଛାଡ଼ୁଥିବା ଲୋକଙ୍କୁ ଧରି ବିମାନ ଉଡ଼ାଇବାକୁ ଚେଷ୍ଟା କରୁଥିଲୁ। ଏହି ସମୟରେ ତିନିଟି ଗାଡ଼ି ହଠାତ ରନୱେକୁ ଚାଲି ଆସିଥିଲା। ଉପସ୍ଥିତ ବୁଦ୍ଧି ଓ ଭଗବାନଙ୍କ ଦୟାରୁ ନିଶ୍ଚିତ ଏକ ଦୁର୍ଘଟଣାରୁ ରକ୍ଷା ପାଇଥିବା ବେଳେ କୌଣସି ଯାତ୍ରୀଙ୍କୁ କିଛି ଆଘାତ ବି ଲାଗି ନାହିଁ। କାରଣ ବିମାନ ଉଡ଼ିବା ପାଇଁ ଯେତିକି ବେଗ ଦରକାର ସେତିକି ବେଗ ନଥିଲେ ବି ମୁଁ ବିମାନ ଉଡ଼ାଇବାକୁ ବାଧ୍ୟ ହୋଇଥିଲି। ନଚେତ ସୁନିଶ୍ଚିତ ଦୁର୍ଘଟଣା ଘଟିଥାଆନ୍ତା।
/sambad/media/post_attachments/2869b39c342d760597be6dbe017f4cea1c11892a9aa638d2dfe32528f8c933e1.jpeg)
କୁହାଯାଉଛି କି ବିମାନବନ୍ଦର ଗେଟ ସମ୍ମୁଖରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ପାଖାପାଖି ଆଫଗାନିସ୍ତାନର ୧୬୯ଜଣ, ଆମେରିକାର ୧୩ ସେନା ଓ ଦୁଇଜଣ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-copy-8.jpg)