ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା, ୧୫ ଆତଙ୍କବାଦୀ ନିହତ

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର  ଗୁଳି ବିନିମୟ ହୋଇଛି | ଏଥିରେ ୨ ଜଣ ତାଲିବାନୀ କମାଣ୍ଡରଙ୍କ ସମେତ ୨୨ ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇ ଯାଇଛି | ମୃତକଙ୍କ ମଧ୍ୟରେ ତିନି ଜଣ ପୁଲିସ୍‌ ମଧ୍ୟ ଅଛନ୍ତି | ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୁରକ୍ଷାବଳ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ୧୫ ଜଣ ଆତଙ୍କବାଦୀଙ୍କର ବି ମୃତ୍ୟୁ ଘଟିଛି |

ମିଳିଥିବା ସୂଚନା ମୁତାବକ କନ୍ଧାର ଅଂଚଳର କକାରୀଜ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ଥିବାର ଖବର ସୁରକ୍ଷାକର୍ମୀ  ପାଇଥିଲେ | ଏହା ପରେ ସୁରକ୍ଷାକର୍ମୀମାନେ ଏହି ଅଂଚଳକୁ ଘେରାବନ୍ଦୀ କରିଥିଲେ | ଏହାପରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଏହି ୧୫ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ତାଲିବାନୀ କମାଣ୍ଡର ମଧ୍ୟ ଅଛନ୍ତି | ଠିକ ସେହିପରି କୁନ୍ଦୁଜ ଅଂଚଳର ତିନି ଜଣ ଆଫଗାନିସ୍ତାନ ପୁଲିସ୍‌ କର୍ମୀଙ୍କ ସମେତ ସାତ ଜଣ ତାଲିବାନ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର