ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଭିତ୍ତିଭୂମି ମାନ୍ୟତା ପ୍ରାପ୍ତ ପ୍ରକଳ୍ପରେ ନିର୍ମିତ କ୍ରେଡିଟ୍-ଲିଙ୍କ୍ ସବ୍ସିଡି ସ୍କିମ୍ (ସିଏଲ୍ଏସ୍ଏସ୍) ଜରିଆରେ ଉପଲ୍ପଧ ଘର କିଣା ଉପରେ ଜିଏସ୍ଟି ମୂଲ୍ୟ ୧୨%ରୁ ୮%କୁ କମାଇ ଦିଆଯାଇଛି।
ସମ୍ପ୍ରତି ସିଏଲ୍ଏସ୍ଏସ୍ ସ୍କିମ୍ରେ ବାର୍ଷିକ ୧୮ ଲକ୍ଷ ଆୟ ଥାଇ ପ୍ରଥମ ଥର ଘର କିଣୁଥିବା ବ୍ୟକ୍ତିଙ୍କୁ ୨. ୭ ଲକ୍ଷ ଟଙ୍କା ରିହାତି ମିଳୁଛି। ୧୫୦ ବର୍ଗ ମିଟର ବିଶିଷ୍ଟ କାର୍ପେଟ୍ ଏରିଆ ଥିବା ଘର ବା ଆପାର୍ଟମେଣ୍ଟ୍ କିଣୁଥିବା ବ୍ୟକ୍ତିଙ୍କୁ ଏହି ରିହାତି ମିଳୁଛି।
କିନ୍ତୁ, ଯେଉଁମାନେ ସିଏଲ୍ଏସ୍ଏସ୍ ସବ୍ସିଡି ସ୍କିମ୍ ପାଇଁ ଯୋଗ୍ୟ ନୁହନ୍ତି, ସେମାନେ ଏଭଳି ଘର କିଣିଲେ ପୂର୍ବପରି ୧୨% ଜିଏସ୍ଟି ଦେବେ।
ଭିତ୍ତିଭୂମି ମାନ୍ୟତା ପ୍ରାପ୍ତ ସର୍ବାଧିକ ୬୪୬ ବର୍ଗଫୁଟ୍ କାର୍ପେଟ୍ ଏରିଆ ଥିବା ଘର ପାଇଁ ମଧ୍ୟ ସୁଲଭ ମୂଲ୍ୟର ହାଉସିଙ୍ଗ୍ ପ୍ରୋଜେକ୍ଟ୍ରୁ ଟ୍ୟାକ୍ସ୍ ବେନିଫିଟ୍ ମଧ୍ୟ ମିଳିବ। ଏହି ଘର କ୍ରୟ ପାଇଁ କ୍ରେତାଙ୍କ ପ୍ରତି ଫାଷ୍ଟ୍-ହାଉସ୍ ବାୟର୍ ସର୍ତ୍ତ ଲାଗୁହେବ ନାହିଁ। କ୍ରେତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଏଲ୍ଏସ୍ଏସ୍ ମାନ୍ୟତା ପାଆନ୍ତୁ କି, ନାହିଁ କିଛି ଯାଏଆସେ ନାହିଁ। ଏଥିପାଇଁ କେବଳ ୮% ଜିଏସ୍ଟି ହିଁ ଲାଗିବ। ସିଏଲ୍ଏସ୍ଏସ୍ ଜରିଆରେ ସର୍ବାଧିକ ୧, ୬୧୫ କାର୍ପେଟ୍ ଏରିଆ ବିଶିଷ୍ଟ ଘର ଉପଲବ୍ଧ ହେବ।