ଆଫଗାନିସ୍ତାନ ସଂକଟ : ତାଲିବାନ ସହ କ୍ଷମତା ଆବଣ୍ଟନ ପାଇଁ ଆଫଗାନ ସରକାରଙ୍କ ପ୍ରସ୍ତାବ

କାବୁଲ : ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ସମଗ୍ର ଆଫଗାନିସ୍ତାନକୁ ଅଧିକାର କରିବାକୁ ଆଗେଇ ଚାଲିଛି । ଇତି ମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୦ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲାଣି ଓ ଦେଶର ରାଜଧାନୀ କାବୁଲ ଆଡ଼କୁ ଅଗ୍ରସର ହେଉଛି ।

କାବୁଲର ପତନ ଏକରକମ ନିଶ୍ଚିତ ଜାଣିବା ପରେ ଆଫଗାନ ସରକାର ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ଦେଇଛନ୍ତି । ଯୁଦ୍ଧବିରତି ପାଇଁ କ୍ଷମତା ଆବଣ୍ଟନ ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । କାତାର ମଧ୍ୟସ୍ଥତାରେ ଆଫଗାନ ସରକାର ତାଲିବାନକୁ ଏହି ପ୍ରସ୍ତାବ ଦେଇଛନ୍ତି । ତେବେ ଏହି କ୍ଷମତା ଆବଣ୍ଟନର ରୂପରେଖ ସମ୍ପର୍କରେ କୌଣସି ବିବରଣୀ ମିଳିପାରି ନାହିଁ ।

ଆଫଗାନ ସରକାରଙ୍କ ପ୍ରତିନିଧି ଅବଦୁଲ୍ଲା ଅବଦୁଲ୍ଲା କାତାର ରାଜଧାନୀ ଦୋହାଠାରେ ରହି ଶାନ୍ତି କଥାବାର୍ତ୍ତା ଚଳାଇଛନ୍ତି । ସେ ମଧ୍ୟ ଆମେରିକା, ଚୀନ, ଋଷିଆ ଓ କେତେକ ଏସୀୟ ଦେଶ ସହ ଆଲୋଚନା ଚଳାଇଛନ୍ତି ।

ସୂଚନାଯୋଗ୍ୟ ଯେ ଗୁରୁବାରଦିନ ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଅଧିକାର କରିନେଇଛି । ଏହି ସହର କାବୁଲଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଅବସ୍ଥିତ ।

 

 

ସମ୍ବନ୍ଧିତ ଖବର