ଜାତିସଂଘରେ ପାକିସ୍ତାନକୁ ଘେରିଲେ ଆଫଗାନିସ୍ତାନ ଓ ଭାରତ

ନ୍ୟୁୟର୍କ: ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଚାପ ବଢିଚାଲିଛି । ଟେରର ଫାଇନାନ୍ସ ତାଲିକାରେ ପାକିସ୍ତାନକୁ ସାମିଲ କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛି ଆଫଗାନିସ୍ତାନ । ଜାତିସଂଘରେ ଆଫଗାନିସ୍ତାନର ସ୍ଥାୟୀ ପ୍ରତିନିଧି ମେହମ୍ମୁଦ ସୈକାଲ କହିଛନ୍ତି ଯେ ବିଳମ୍ବରେ ହେଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ବିରୋଧରେ କିଛି ଅସଲି ପଦକ୍ଷେପ ନିଆଯାଇଛି । ପାକିସ୍ତାନର ନାଁ ନ ନେଇ ସେ କହିଛନ୍ତି ଯେ ନିକଟରେ ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶମାନଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରାଯାଇଛି, ସେମାନଙ୍କୁ ଫାଇନାନ୍ସିଆଲ ଆକ୍ସନ ଓ୍ଵାଚ୍‌ ଲିଷ୍ଟରେ ରଖାଯାଇଛି । ଏଗୁଡ଼ିକ ବେଶ ସକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି । ଗତ ମାସରେ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଓ୍ଵାଚ୍‌ ଲିଷ୍ଟରେ ସାମିଲ କରାଯାଇଥିଲା । ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟ ( ଧୂସର ତାଲିକା)ରେ ପାକିସ୍ତାନ ସାମିଲ ହେବା ଦ୍ୱାରା ଏହାର ଅର୍ଥନୀତି ଗୁରୁତର ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହା ଦ୍ୱାରା ପାକିସ୍ତାନର ଆର୍ଥିକ ସଂକଟ ଆହୁରି ଗଭୀର ହେବ ।

ଅନ୍ୟପକ୍ଷରେ ଭାରତ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛି । ଜାତିସଂଘରେ ଭାରତ ପକ୍ଷରୁ ପାକିସ୍ତାନକୁ ଏକ ନୂଆ ଉପାଧି ଦିଆଯାଇଛି । ତାହା ହେଉଛି ସ୍ୱତନ୍ତ୍ର ଆତଙ୍କବାଦୀ ଅଞ୍ଚଳ ବା ଏସଟିଜେଡ୍‌ । ପାକିସ୍ତାନି ନିଜ ଦେଶରେ ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଦେଉଛି । ଏଥିପାଇଁ ପାକିସ୍ତାନରୁ ଏବେ ସାରା ବିଶ୍ୱକୁ ଆତଙ୍କବାଦ ରପ୍ତାନି ହେଉଛି । ଏଣୁ ପାକିସ୍ତାନ ପାଲଟିଛି ସ୍ୱତନ୍ତ୍ର ଆତଙ୍କବାଦୀ ଅଞ୍ଚଳ ବା ଏସଟିଜେଡ୍‌ ।

ସମ୍ବନ୍ଧିତ ଖବର