ପାକିସ୍ତାନକୁ ପରିହାସ କଲେ ଆଫ୍‌ଗାନୀ ଭାଇଜାନ, କହିଲେ; ପୁଅ ଯେତେ ବଡ଼ ହେଲେ ବି ବାପା ହୋଇ ପାରିବ ନାହିଁ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ପରେ ଏବେ ସାରା ଦେଶରେ ପାକିସ୍ତାନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । କେବଳ ଭାରତ ନୁହେଁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ପାକିସ୍ତାନର ଏଭଳି ଭୀରୁ ଆଚରଣକୁ ନିନ୍ଦା କରିବା ସହ ଏ ନେଇ ସ୍ଥାୟୀ ସମାଧାନର ପ୍ରସ୍ତାବ ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ପାକିସ୍ତାନର ମୂଳପୋଛ କରିବାର ଦାବି କରାଯାଉଥିବା ବେଳେ ଏବେ ଆଫ୍‌ଗାନୀ ଭାଇଜାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପରିହାସ କରିଥିବା ଦେଖା ଯାଇଛି । ଆଫ୍‌ଗାନୀ ଭାଇଜାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜନତାଙ୍କୁ କ’ଣ ପ୍ରତିଶ୍ରୁତି ଦେଇଥିଲେ ଏବଂ ହେବା ପରେ କ’ଣ କରୁଛନ୍ତି ସେ ବିଷୟରେ ଦେଖାଇଛନ୍ତି ଆଫ୍‌ଗାନୀ ଭାଇଜାନ୍‌ ।

ଭିଡିଓରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ, ମୁଁ ଏଭଳି ପାକିସ୍ତାନର ସ୍ୱପ୍ନ ନେଇ ଆସିଛି, ଯିଏ ଅନ୍ୟ ଦେଶ ଆଗରେ କେବେ ହେଲେ କୌଣସି ଜିନିଷ ପାଇଁ ଭିକ ମାଗିବ ନାହିଁ ଏବଂ କରଜ କରିବ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ ଜନତାଙ୍କୁ କହୁଥିବା ଦେଖା ଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ, ଅନ୍ୟ ଦେଶରୁ ମିଳୁଥିବା ଆର୍ଥିକ ପ୍ୟାକେଜ୍‌କୁ ଖୁସି ଖବର ବୋଲି କହି ଲୋକମାନଙ୍କୁ ସମ୍ବୋଧନ କରୁଥିବା ଦେଖା ଯାଇଛି । ଏହି ଦୃଶ୍ୟ ଦେଖାଇବା ପରେ ପରେ, ଇମ୍ରାନ୍‌ ଖାନ୍‌ ତାଟିଆ ଧରି ଏବେ ସବୁ ଦେଶକୁ ଭିକ ମାଗୁଛନ୍ତି । ଭାରତରୁ ସବୁ ବର୍ଷ ଯୁବ ଡ଼ାକ୍ତର ଏବଂ ଇଞ୍ଜିନିୟର ବାହାରୁଥିବା ବେଳେ ପାକିସ୍ତାନରୁ ଯୁବ ଆତଙ୍କବାଦୀ ବାହାରି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି । ଭାରତର ୧୦୦କୋଟି ଲୋକେ ପରିଶ୍ରା କରିଦେଲେ ପାକିସ୍ତାନ ବୁଡ଼ିଯିବ । ଗୋଟେ କଥା ତ ଆପଣମାନେ ଶୁଣିଥିବେ, ପୁଅ ଯେତେ ବଡ଼ ହେଲେ ବି ବାପା ହୋଇ ପାରିବ ନାହିଁ ବୋଲି କହିଥିଲେ ଆଫ୍‌ଗାନୀ ଭାଇଜାନ । ଏହି ଭିଡିଓ ଫେବୃଆରୀ ୧୫ରେ ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର