କାବୁଲ: ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ତାଲିବାନ। ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦବାି କରିଥିଲା ତାଲିବାନ। ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକିଦେଇଥିବା ଜଣାପଡ଼ିଛି। ତାଲିବାନ ଡରରେ ଲୋକେ ଦେଶ ଛଡ଼ିବା ଏବଂ ବିଭିନ୍ନ ଦେଶ ଆଫଗାନିସ୍ତାନର ହାତ ଛାଡ଼ିବା ପରେ ଏବେ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଏନେଇ ତାଲିବାନ ପୁରୁଣା ସରକାରରେ ଦେଶର ଆର୍ଥିକ କାରବାର ଦେଖୁଥିବା କର୍ମଚାରୀଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି।

Advertisment

ତାଲିବାନ ଏକ ଜରୁରୀ ନିର୍ଦ୍ଦେଶନାମା ସହିତ ଭୁଶୁଡ଼ି ପଡ଼ିଥିବା ପୂର୍ବତନ ସରକାରଙ୍କ ଆର୍ଥିକ ପରିଚାଳକମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁମେ ତୁମର କାମ କର, କାରଣ ଆମେ କରିପାରିବୁ ନାହିଁ ବୋଲି କହିଛି ତାଲିବାନ। ପୂର୍ବ ସରକାରଙ୍କ ଅର୍ଥ ମନ୍ତ୍ରାଳୟ, କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ କାର୍ଯ୍ୟକୁ ଫେରିବା ପାଇଁ ତାଲିବାନ କହିବା ସହ ସାହାଯ୍ୟ ନକଲେ ଭଗବାନ ଏହାର ଦଣ୍ଡ ତୁମକୁ ଦେବେ ବୋଲି କହିଛନ୍ତି।

In this Tuesday, Oct. 12, 2021 file photo, Afghans walk through a market in Kabul, Afghanistan. www.newindianexpress.com

ପୂର୍ବ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଜଣେ କର୍ମଚାରୀ କହିଛନ୍ତି ଯେ, ଆମେ ବିଶେଷଜ୍ଞ ନୁହଁ, ଆପଣ ଜାଣନ୍ତି ଦେଶ ପାଇଁ କ’ଣ ଭଲ, ଏହି ଚ୍ୟାଲେଞ୍ଜଗୁଡ଼ିକ ସହ ଆମେ କିପରି ବଞ୍ଚିପାରିବୁ। ତୁମେ ଯାହା କରିବା ଉଚିତ୍ ତାହା କର। ଭଗବାନ ତୁମକୁ ଦେଖୁଛନ୍ତି। ବିଚାର ଦିନରେ ତୁମେ ଯାହା କରିବ ସେଥିପାଇଁ ତୁମେ ଉତ୍ତରଦାୟୀ ହେବ।