ତାଲିବାନ ୪ ଜଣଙ୍କୁ ହତ୍ୟା କରୁଥିବାର ମୋ ଝିଅ ଦେଖିଛି: କିଛି ଏଭଳି ଲୋମହର୍ଷକ କାହାଣୀ କହିଲେ ଆଫଗାନ ଫେରନ୍ତା

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ବହୁ ସଂଖ୍ୟାରେ ଲୋକ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି | ଏମାନଙ୍କ ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଆଫଗାନିସ୍ତାନରୁ ସୁରକ୍ଷିତ ଭାବରେ ଭାରତ ଫେରିଛନ୍ତି | ସେ କହିଛନ୍ତି ଯେ ତାଙ୍କ ଝିଅ ନିଜ ଆଖିରେ ତାଲିବାନ ୪ ଜଣ ଲୋକଙ୍କୁ ହତ୍ୟା କରିଥିବାର ଦେଖିଛି | ଏହି ବ୍ୟକ୍ତି ଜଣକ ହେଉଛନ୍ତି ମହମ୍ମଦ ଖାନ | ଯିଏକି ନିଜର ପତ୍ନୀ ଓ ଦୁଇ ଝିଅଙ୍କ ସହ ସୁରକ୍ଷିତ ଭାବରେ ଭାରତ ଫେରିଛନ୍ତି |

ମହମ୍ମଦ କହିଛନ୍ତି ଯେ, ‘ତାଲିବାନ ୪ ଜଣଙ୍କୁ ହତ୍ୟା କରୁଥିବାର ମୋ ଝିଅ ନିଜ ଆଖିରେ ଦେଖିଛି | ଏହି ଦୃଶ୍ୟ ଦେଖି ମୋ ଝିଅ ଏତେ ମାତ୍ରାରେ ଡରିଯାଇଛି ଯେ ରାତିରେ ଶୋଇପାରୁନାହିଁ ଓ ବାରମ୍ବାର କାନ୍ଦୁଛି | ମୁଁ ଝିଅକୁ ବାରମ୍ବାର ବୁଝାଉଛି ଯେ ଆମେ ଭାରତରେ ଅଛେ ଆଉ ଏଠାରେ ତାଲିବାନ ନାହାନ୍ତି’ | ତେବେ ମହମ୍ମଦଙ୍କ ବାପା ଓ ମା ଏବେ ବି ଆଫଗାନିସ୍ତାନରେ ଫସିକି ରହିଛନ୍ତି | ଆଉ ସେମାନଙ୍କୁ ମୁକୁଳାଇବା ପାଇଁ ସେ ଭାରତୀୟ ଦୂତାବାସକୁ ବାରମ୍ବାର ଗୁହାରି କରୁଛନ୍ତି |

ଭାରତୀୟ ଦୂତାବାସଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ ସେ କହିଛନ୍ତି ଯେ, ‘ଭାରତୀୟ ଦୂତାବାସ ଅଧିକାରୀ ବହୁତ ସାହାଯ୍ୟ କରିଛନ୍ତି, ତାଲିବାନ ମୋ ଘରକୁ ଆସିଥିଲେ ବି ଦୂତାବାସ ଅଧିକାରୀ ମୋ ଘରେ ପହଞ୍ଚି ମୋତେ ଉଦ୍ଧାର କରିଥିଲେ | ସେ କହିଛନ୍ତି ଯେ କାବୁଲର ସ୍ମୃତିକୁ ତ୍ୟାଗ କରିବାକୁ ପଡିଛି ଆଉ ରାତାରାତି ନିଜ ଜୀବନରେ ଏକ ବଡ ପରିବର୍ତ୍ତନ ଦେଖିଛି | ଖାନ କହିଛନ୍ତି ଯେ ମୁଁ ସବୁକିଛି ହରାଇସାରିଛି ଓ ବହୁତ କଷ୍ଟରେ ୬୦ ହଜାର ଟଙ୍କା ଓ କିଛି ସୁଟକେଶ ହିଁ ଆଣିପାରିଛି | ମୋତେ ପୁଣି ଥରେ ଜୀବନକୁ ନୂଆ ଢଙ୍ଗରେ ଜିଇଁବାକୁ ପଡିବ |

ସମ୍ବନ୍ଧିତ ଖବର