ଆଫଗାନ୍‌ ଶୈଳୀରେ କାର୍‌ ବୋମା ପ୍ରସ୍ତୁତି :ହ୍ଵାଟସ୍‌ ଆପ୍‌ରୁ ସୁରାକ୍‌ ପାଇଲା ଗୁଇନ୍ଦା ବିଭାଗ

ଶ୍ରୀନଗର: ଆଫଗାନିସ୍ତାନ ଶୈଳୀରେ କାର୍‌ ବୋମା ବିସ୍ଫୋରଣ କରି ସାରା ଦେଶରେ ଆତଙ୍କରାଜ୍‌ କରିବା ପାଇଁ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ଯୋଜନା ଚାଲିଥିବା ଜାଣିବାକୁ ମିଳିଛି। କିଛିଦିନ ପୂର୍ବେ ଶ୍ରୀନଗର ହସ୍ପିଟାଲରୁ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଥିବା ଲସ୍କର ଆତଙ୍କବାଦୀ ନାଭିଦ୍‌ ଜାଟ୍‌ ଏନେଇ ପ୍ରସ୍ତୁତି ଚଳାଇଛି। କଶ୍ମୀରଘାଟିରେ ଆତଙ୍କବାଦୀ ଗୋଷ୍ଠୀଙ୍କ ମୋବାଇଲ ଇଣ୍ଟରନେଟକୁ ଟ୍ରାକ୍‌ କରିବା ପରେ ଗୁଇନ୍ଦା ବିଭାଗ ଏହି ଗୁରୁତ୍ୱପପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ଉଲ୍ଲେଖଯୋଗ୍ୟ ଯେ,କଶ୍ମୀର ଘାଟିରେ ଫିୟାଦିନ୍‌ ଆକ୍ରମଣ ନେଇ ଯୋଜନା ଚାଲିଥିବା ଗତ ୧୫ ତାରିଖରେ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଏହା ପରେ ସେନାକୁ ଆଲର୍ଟ ମଧ୍ୟ କରାଯାଇଥିଲା। ଯାହାପରେ ଲଗାତାର ଭାବେ ତିନି ତିନି ଥର ଆତଙ୍କବାଦୀ ଆକ୍ରମଣ ହୋଇସାରିଲାଣି।

ଜୈଶ୍‌-ଇ-ମହମ୍ମଦ,ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର ସଂଗଠନ ଏନେଇ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିବା ପରେ ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ୨୦୦୧ ମସିହାରେ ଜମ୍ମୁ-କଶ୍ମୀର ବିଧାନସଭାରେ ଜୈଶ୍‌ -ଇ-ମହମ୍ମଦ ଆତଙ୍କବାଦୀଙ୍କ ପକ୍ଷରୁ ଟାଟାସୁମୋରେ ବୋମା ଖଞ୍ଜାଯାଇ ଆକ୍ରମଣ କରାଯାଇଥିଲା,ଯେଉୁଁଥିରେ ୩ ଜଣ ଆତଙ୍କବାଦୀଙ୍କ ସମେତ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମିଳିଥିବା ଖବର ମୁତାବକ, ପାକିସ୍ତାନର ଉତ୍ତର ଭାଗରେ ଥିବା ଖାଇବର ପଖତୁନଖ୍ଵା ଅଞ୍ଚରୁ ୫-୬ରୁ ବିଦେଶୀ ଆତଙ୍କବାଦୀ କାଶ୍ମୀରଘାଟିରେ ପ୍ରବେଶ କରିଛନ୍ତି।

ଏହି ବିଦେଶୀ ଆତଙ୍କବାଦୀ ଉନ୍ନତ ଜ୍ଞାନ କୌଶଳରେ ଭାରତ ଉପରେ ଆକ୍ରମଣ ପାଇଁ ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ତାଲିମ୍‌ ଦେଉଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ସେହିଭଳିୀ ଆତଙ୍କବାଦୀଙ୍କୁ ଦକ୍ଷିଣକଶ୍ମୀରରେ ଲୋକେ ପ୍ରଶ୍ରୟ ଦେଉଥିବା ବେଳେ ସେମାନଙ୍କ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ଦେଶ ମଧ୍ୟରେ ଏଭଳି ଆତଙ୍କବାଦୀଙ୍କ ବିତ୍ପାତକୁ କିଭଳି ଭାବେ ସେନା ସମ୍ମୁଖୀନ କରିବ ସେ ନେଇ ପ୍ରସ୍ତୁତି ଚାଲିଥିବା ସେନା ପକ୍ଷରୁ ଖବର ମିଳିଛି।

ସମ୍ବନ୍ଧିତ ଖବର