୩ଜଣ ଭାରତୀୟ ଇଞ୍ଜିନିୟର୍‌ଙ୍କୁ ଆଫଗାନ ତାଲିବାନ୍‌ଙ୍କ ଠାରୁ ମୁକୁଳାଇବାକୁ ୧୧ ତାଲିବାନୀ ସଦସ୍ୟଙ୍କୁ ଜେଲ୍‌ରୁ ଛାଡ଼ିଲା ଆମେରିକା

ଇସ୍‌ଲାମାବାଦ: ଆଫଗାନ ତାଲିବାନ ଏବଂ ଇସ୍‌ଲାମାବାଦରେ ଥିବା ‘ଆଫଗାନିସ୍ତାନ ରିକନ୍‌ସିଲେସନ୍‌ ଜାଲ୍‌ମି ଖଲିଲଜାଦ୍‌’ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସି ବଦଳକୁଦଳ ରାଜିନାମା ହେବା ପରେ ୨୦୧୮ ମସିହାରୁ ତାଲିବାନ ହାଜତରେ ଥିବା ଅନ୍ୟୂନ ତିନି ଜଣ ଇଞ୍ଜିନିୟର୍‌ଙ୍କୁ ମୁକ୍ତ କରାଯାଇଛି।

ପ୍ରମୁଖ ନେତାଙ୍କ ସମେତ ଅନ୍ୟୂନ ୧୧ ଜଣ ତାଲିବାନୀ ସଦସ୍ୟଙ୍କ ମୁକ୍ତି ବଦଳରେ ଅନ୍ୟୂନ ତିନି ଜଣ ଭାରତୀୟ ପଣବନ୍ଦୀଙ୍କୁ ମୁକ୍ତ କରିଥିବା କଥା ଆଫଗାନ ତାଲିବାନ ନିଶ୍ଚିତ କରି କହିଛି। ମୁକ୍ତି ପାଇଥିବା ଆଫଗାନ ତାଲିବାନଙ୍କ ମଧ୍ୟରେ ଅଛନ୍ତି ଶେଖ୍‌ ଅବ୍‌ଦୁଲ୍‌ ରହିମ ଏବଂ ମୌଲବି ଅବଦୁର ରଶିଦ।

କୌଣସି ଏକ ଅଜ୍ଞାତ ସ୍ଥାନରେ ରବିବାର ପ୍ରତ୍ୟୁଷରେ ବନ୍ଦୀମାନଙ୍କୁ ଅଦଳବଦଳ ହୋଇଥିଲା।

Image Source: India Today

ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯୁକ୍ତରାଷ୍ଟ୍ର ଆମେରିକାର ଯବାନମାନେ ବଗ୍ରାମ୍‌ ବିମାନଘାଟିରେ ଆଫଗାନୀ ତାଲିବାନ ସଦସ୍ୟମାନଙ୍କୁ ମୁକ୍ତ କରିଥିଲେ। ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଛି ବୋଲି ଆଫଗାନ ତାଲିବାନ କହୁଥିଲେ ବି ଆଫଗାନ ସରକାର ତାହାକୁ ଯାଞ୍ଚ କରି ନାହିଁ। ତିନି ଇଞ୍ଜିନିୟର ମୁକ୍ତ ହୋଇଥିବା କଥା ଭାରତ ସରକାରଙ୍କୁ ମଧ୍ୟ ଜଣାଇ ଦିଆ ଯାଇ ନାହିଁ। ଏ ସଂକ୍ରାନ୍ତରେ ଭାରତ ସରକାର ଆଫଗାନିସ୍ତାନ କର୍ତ୍ତୃପକ୍ଷମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।

ଆଫଗାନିସ୍ତାର ଉତ୍ତର ବାଗଲାନ୍‌ ପ୍ରଦେଶସ୍ଥିତ ପାଓ୍ଵାର ପ୍ଲାଣ୍ଟ୍‌ରେ କାମ କରୁଥିବା ସାତଜଣ ଇଞ୍ଜିନିୟର୍‌ଙ୍କୁ ମେ ୨୦୧୮ରେ ଅପହଣ କରାଯାଇଥିଲା। ଗତ ମାର୍ଚ ମାସରେ ଜଣକୁ ମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର