ଆମେରିକା ବିମାନରେ ଶିଶୁକୁ ଜନ୍ମ ଦେଲେ ଆଫଗାନ୍‌ ମହିଳା

କାବୁଲ : ଆମେରିକା ବାୟୁସେନାର ବିମାନରେ ଆଜି ଜଣେ ଆଫଗାନ୍‌ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଜର୍ମାନୀର ରମଷ୍ଟିନ୍‌ ବିମାନ ଘାଟିରେ ଆମେରିକାର ବିମାନ ପହଞ୍ଚିବାପରେ ମହିଳା ଜଣଙ୍କ ଶିଶୁକୁ ଜନ୍ମ ଦେଇଥିଲେ। ବିମାନଟି ୨୮ ହଜାର ଫୁଟ୍‌ ଉଚ୍ଚତାରେ ଥିବା ସମୟରେ ହଠାତ୍‌ ବାୟୁର ଚାପ କମିଯିବାରୁ ମହିଳା ଜଣଙ୍କ ଖୁବ୍‌ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ବିମାନରେ ବାୟୁର ଚାପ ସନ୍ତୁଳନ ରଖିବାପାଇଁ ବିମାନ କମାଣ୍ଡର କମ୍‌ ଉଚ୍ଚତାକୁ ବିମାନ ଖସାଇଥିଲେ। ଫଳରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହୋଇଥିଲା ଏବଂ ବିମାନ ଅବତରଣ କରିବାପରେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧିତ ଖବର