ମଧ୍ୟପ୍ରଦେଶରେ ୪ ଆଫଗାନ୍‌ ଆତଙ୍କବାଦୀ, ଜାରି ହେଲା ସ୍କେଚ୍‌

ଭୋପାଳ: ଗୁଜରାଟ ଏବଂ ରାଜସ୍ଥାନ ସୀମା ସଂଲଗ୍ନ ମଧ୍ୟପ୍ରଦେଶର ୮ଟି ଜିଲ୍ଲାରେ ଏବେ ହାଇ ଆଲର୍ଟ‌୍ ଜାରି ହୋଇଛି। ମଧ୍ୟପ୍ର‌ଦେଶରେ ୪ ଜଣ ଆଫଗା‌ନ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ରାଜ୍ୟର ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସମସ୍ତ ପୁଲିସ ଷ୍ଟେସନ୍‌, ଆଉଟ୍‌ପୋଷ୍ଟ୍‌ ଏବଂ ଚେକ୍‌ପଏଣ୍ଟ୍‌ଗୁଡ଼ିକରେ ଜଣେ ଆତଙ୍କବାଦୀର ସ୍କେଚ୍‌ ଜାରି ହୋଇଛି। ‌ସେ ଉତ୍ତର ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶର ବୋଲି ଜଣାପଡ଼ିଛି। ତେବେ ଏହି ୪ ଜଣ ଆତଙ୍କବାଦୀ ଭାରତକୁ କିଭଳି ପ୍ରବେଶ କଲେ ତାହା ଜଣାପଡ଼ିନାହିଁ। ଏହି ଆତଙ୍କବାଦୀମାନେ ପୂର୍ବରୁ ଗୁଜରାଟ ଏବଂ ରାଜସ୍ଥାନରେ କିଛିଦିନ ଆତ୍ମଗୋପନ କରିଥିଲେ।

ସମ୍ବନ୍ଧିତ ଖବର