କାବୁଲ୍: ଆଫଗାନିସ୍ତାନ ରାଜଧାନୀ କାବୁଲ୍ରେ ଆଜି ପୁଣି ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। କାବୁଲ୍ର ଏକ ସିହା ମସଜିଦ୍ ନିକଟରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩୧ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ପ୍ରାୟ ୫୫ ଜଣ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକ ଆକ୍ରମଣ ଆଶଙ୍କାରେ କାବୁଲର ଦୂତାବାସ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କାର୍ଟ-ଏ-ସାକ୍ଷୀ ମସଜିଦ୍ ନିକଟରେ ହୋଇଥିବା ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଏହା ତାଲିବାନର ବର୍ବରତା ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଏହି ମସ୍୍ଜିଦ୍ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରହିଥିଲା। ବିସ୍ଫୋରଣ ପରେ ସାରା ସହରରେ ଆତଙ୍କ ଖେଳିଯାଇଛି। ଲଗାତାର କାବୁଲ୍ରେ ଆତଙ୍କବାଦୀ ଆକ୍ରମଣ ହୋଇ ଅନେକ ଲୋକଙ୍କର ପ୍ରାଣହାନି ହେଉଥିବାରୁ ଆମେରିକା ଓ ଆଫଗାନ୍ର ମିଳିତ ସେନା ବ୍ୟାପକ ଅଂଚଳର ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଏବେ ସହରର ସୁରକ୍ଷାକୁ ସଂପୂର୍ଣ୍ଣ ବିପଦଗ୍ରସ୍ତ କରିଛି।
ଆଫଗାନିସ୍ତାନରେ ବିସ୍ଫୋରଣ ୩୧ ମୃତ
/sambad/media/post_attachments/wp-content/uploads/2018/03/download-59.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)