ମ୍ୟାଚ ଚାଲିଥିବା ସମୟରେ କ୍ରିକେଟ ଷ୍ଟାଡିୟମରେ ବୋମା ବିସ୍ଫୋରଣ, ୮ମୃତ, ୪୫ଗୁରୁତର

କାବୁଲ୍‌: ଆଫଗାନିସ୍ଥାନର ନାନ୍‌ଗଡ଼ହାର ପ୍ରଦେଶରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ହୋଇଥିବା ହଠାତ୍‌ ବୋମା ବିସ୍ଫୋରଣରେ ୮ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୪୫ଜଣ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣ ଆଫଗାନିସ୍ଥାନର ଜଲାଲାବାଦରେ ହୋଇଛି।

କୁହାଯାଉଛି କି, ଜଲାଲାବଦରେ ପବିତ୍ର ରମଜାନ୍‌ ମାସ ଅବସରରେ ଆୟୋଜିତ ହୋଇଥିବା ଏକ ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ ଚାଲିଥିବା ସମୟରେ ଦର୍ଶକ ବସିଥିବା ସ୍ଥାନରେ ୩ଟି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ରମଜାନ ଆରମ୍ଭ ହେବା ପୂର୍ବରୁ ଆଫଗାନିସ୍ଥାନରେ ଏହା ପ୍ରଥମ ଆତଙ୍କବାଦୀ ବିସ୍ଫୋରଣ। ଏଯାବତ୍‌ ଏହି ବିସ୍ଫୋରଣ କେଉଁ ଆତଙ୍କବାଦୀ ସଙ୍ଗଠନ କରି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଉଲ୍ଲଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଇସ୍‌ଲାମିକ୍‌ ଷ୍ଟେଟ କାବୁଲରେ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର