ଆଫଗାନିସ୍ତାନ: ଭୂକମ୍ପ କେତେ ଭୟଙ୍କର ହୋଇପାରେ ତାର ଛାତିଥରା ଉଦାହରଣ ଆସିଛି ଆଫଗାନିସ୍ତାନରୁ । ଯେଉଁଠି ଭୟଙ୍କର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଚାଲିଗଲାଣି ୧୪୦୦ରୁ ଅଧିକ ଜୀବନ । ରବିବାର ମଧ୍ଯରାତିରେ ଭୂକମ୍ପର ମହାତାଣ୍ଡବ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଏତେ ଅଧିକ ଯେ ଆଫଗାନିସ୍ତାନରେ ବଢି ଚାଲିଛି ମୃତ୍ୟୁ ସଂଖ୍ଯା । ମିଳିଥିବା ସୂଚନା ଅନୁସାରେ ଏଯାବତ ୧୪୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
/filters:format(webp)/sambad/media/media_files/2025/09/02/gz1utqnwcaaoj4i-2025-09-02-18-52-54.jpg)
ସେପ୍ଟେମ୍ବର ୧ ରାତିରେ ଆଫଗାନିସ୍ତାନକୁ ଲାଗିଥିବା ୬.୦ ତୀବ୍ରତାର ଭୂକମ୍ପ ଝଟକାରେ ଖାଲି ଜୀବନ ଯାଇନି ବରଂ ୫୪୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଲୋକ ବେଘର ହୋଇଛନ୍ତି, ଅନେକ ପରିବାର ଛାରଖାର ହୋଇଛି । କିଏ ପରିବାର ହରେଇ ଦେଇଛି ତ ପୁଣି କିଏ ପ୍ରିୟଜନଙ୍କୁ । ଭୂକମ୍ପ ପରେ ଭଗ୍ନାବଶେଷ ତଳୁ କୁଢ କୁଢ ମୃତଦେହ ମିଳୁଥିବା ବେଳେ ଜୀବନ ଖୋଜା ଚାଲିଛି । କାହାର ମାଆ ମାଟି ତଳେ ଚାପି ହୋଇ ରହିଛି ତ ପୁଣି କାହାର ପୂରା ପରିବାର ଭୂକମ୍ପରେ ଘର ତଳେ ସମାଧି ନେଇଛନ୍ତି । ଗୋଟେ ଗୋଟେ ଗାଁରେ ଭୂକମ୍ପ ଭୟଙ୍କର ତାଣ୍ଡବ ରଚିଛି ।
/filters:format(webp)/sambad/media/media_files/2025/09/02/gzxyyh4x0aaagiw-2025-09-02-18-53-12.jpg)
ଭୂକମ୍ପକୁ ଇତି ମଧ୍ଯରେ ୨ ଦିନ ବିତିଥିବା ବେଳେ ଏବେବି ମାଟି ତଳେ ଅନେକ ଲୋକ ରହିଥିବା ସୂଚନା ମଳିଛି । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଥିଲା । ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଥିବା ବେଳେ ଥରିଥିଲା ଉତ୍ତର ଭାରତ ଓ ପାକିସ୍ତାନ । ଆପଗାନିସ୍ତାର ଏପରି ସଙ୍କଟ ସମୟରେ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ରିଲିଫ ସାମଗ୍ରୀ ପ୍ରେରଣ କରାଯାଇଛି। ଏଥିସହିତ ଆଗାମୀ ଦିନରେ ଅଧିକ ରିଲିଫ୍ ପଠାଯିବାର ପ୍ରତିଶ୍ରୁତି ଦିଆଯାଇଛି। ତେବେ ନଜର ପକାନ୍ତୁ କାହିଁକି ଆଫଗାନିସ୍ତାନକୁ ଲାଗେ ଭୂକମ୍ପର ଝଟକା ।
ଆଫଗାନିସ୍ତାନରେ କାହିଁକି ହୁଏ ଅଧିକ ଭୂମିକମ୍ପ ?
ଭୂମିକମ୍ପ ବାରମ୍ବାର ଆସି ଆଫଗାନିସ୍ତାନକୁ ଧ୍ବସ୍ତବିଧ୍ବସ୍ତ କରୁଥିବାବେଳେ ଅନେକ ଜୀବନ ହାନି ହେଉଛି। ଆଫିଗାନିସ୍ତାନର ଅବସ୍ଥିତି ସବୁଠୁ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳରେ ମଧ୍ୟରେ ରହିଛି। ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଟ୍ ମିଶିଥିବା ଅନେକ ଫଲ୍ଟ ଲାଇନ ଉପରେ ଏହା ଥିବାରୁ ଟେକ୍ଟୋନିକ ପ୍ଲେଟରେ ହଠାତ୍ କୌଣସି ଗତିବିଧି ହେଲେ ଫଲ୍ଟ ଲାଇନ ସୃଷ୍ଟି ହୋଇଥାଏ। ଅନ୍ୟପକ୍ଷରେ ହିନ୍ଦୁକୁଶ ପର୍ବତମାଳା ଉଭୟ ଗଭୀର ଏବଂ ଅଗଭୀର ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହୋଇଥାଏ। ଉତ୍ତର ଆଫଗାନିସ୍ତାନର ପାମିର-ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପର ଗଭୀରତା ୨୦୦ କିମି ପର୍ଯ୍ୟନ୍ତ ରହିଥାଏ। ଅନ୍ୟପକ୍ଷରେ ସୁଲେଇମାନ ରେଞ୍ଜ (ପଶ୍ଚିମ ପାକିସ୍ତାନ ଏବଂ ଦକ୍ଷିଣପୂର୍ବ ଆଫଗାନିସ୍ତାନ)ରେ ଏବଂ ମୁଖ୍ୟ ପାମିର ଅଞ୍ଚଳରେ ଅଗଭୀର ଭୂମିକମ୍ପ ଆସି ବ୍ୟାପକ କ୍ଷକ୍ଷୟତି କରିଥାଏ।
୨୦୨୨ ଏବଂ ୨୦୨୩ରେ ହେରାତ ଏବଂ ପାକ୍ଟିକା ପ୍ରଦେଶରେ ଭୂମିକମ୍ପ ଆସି ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହିପରି ଭୂମିକମ୍ପ ସମୟରେ ସୃଷ୍ଟି ହେଉଥିବା ତରଙ୍ଗ ଭୂପୃଷ୍ଠରେ ଅଧିକ ଗଭୀରତାକୁ ଯାଇପାରି ନଥାଏ ତେଣୁ ଅଧିକ ଶକ୍ତିଶାଳୀ ହେବା ସହିତ କ୍ଷୟକ୍ଷତି ଘଟାଇଥାଏ। ଭୂମିକମ୍ପ ପରେ ଭୂସ୍ଖଳନ ଘଟି ପାହାଡ଼ିଆ ଅଞ୍ଚଳରେ ଘରଗୁଡ଼ିକୁ ମାଟିରେ ମିଶେଇ ଦେଉଥିବାବେଳେ ନଦୀରେ ବନ୍ୟା ଆସିଥାଏ। ଅଗଭୀର ଭୂମିକମ୍ପ ସାଧାରଣତଃ ୦ରୁ ୭୦ କିମି ପର୍ଯ୍ୟନ୍ତ ଗଭୀରେ ହୋଇଥାଏ। ମଧ୍ୟମ ଭୂମିକମ୍ପ ୭୦ରୁ ୩୦୦ କିମି ତଳେ ଏବଂ ଗଭୀର ଭୂମିକମ୍ପ ୩୦୦ରୁ ୭୦୦ କିମି ଭିତରେ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/02/new-project-25-2025-09-02-18-44-54.jpg)