ଆଫଗାନିସ୍ତାନ୍‌ରେ ତାଲିବାନୀ ଆତଙ୍କବାଦୀଙ୍କ ହାମ୍‌ଲା, ପୁଲିସ୍‌ ମୁଖ୍ୟଙ୍କ ସମେତ ୨୨ ଅଧିକାରୀ ସହିଦ୍‌

ଫାର୍‌ହା (ଆଫଗାନିସ୍ତାନ): ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀମାନେ ଆଜି (ସୋମବାର) ପୂର୍ବାହ୍ନରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା ଘଟାଇଛନ୍ତି। ଆଫଗାନିସ୍ତାନର ତକ୍ତ-ଇ-ତେସକ୍‌ ଗ୍ରାମ ଦେଇ ଆଫଗାନିସ୍ତାନ ପୁଲିସ୍‌ର ଏକ କାରକେଡ୍‌ ଯାଉଥିବା ବେଳେ ତାଳିବାନୀମାନେ ପୁଲିସ୍‌ର କାରକେଡ୍‌ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ। ଫଳରେ ୨୦ ଜଣ ପୁଲିସ୍‌ଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଫଗାନିସ୍ତାନର ନୂତନ ପୁଲିସ ମୁଖ୍ୟ ରୂପେ ଅଳ୍ପଦିନ ତଳେ ନିଯୁକ୍ତି ପାଇଥିବା ମହମ୍ମଦ ଇକ୍‌ବାଲଙ୍କର ମଧ୍ୟ ମତ୍ୟୁ ଘଟିଛି। ଏହି ଘଟଣାରେ ଆହତ ଆହୁରି ୧୦ ଜଣ ବରିଷ୍ଠ ପୁଲିସ୍‌ କର୍ମଚାରୀ ଏବେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଲିବାନୀ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ୪ଟି ପୁଲିସ୍‌ ଗାଡ଼ି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର