କାବୁଲ: ଆଫାଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ ଅଓ୍ଵାସୀଙ୍କ ସହ ଟେଲିଫୋନ୍ରେ କଥା ହେବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଆପଗାନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆତଙ୍କବାଦ ପ୍ରସଙ୍ଗରେ ମନଖୋଲା କଥାବାର୍ତ୍ତା କରିଛନ୍ତି। କାବୁଲରେ ନିକଟରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ବର୍ବୋରୋଚିତ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସମବେଦନା ଜଣାଇବାକୁ ପାକ୍୍ ପ୍ରଧାନମନ୍ତ୍ରୀ ଗନିଙ୍କୁ ଫୋନ୍ କରିଥିଲେ। ତେବେ ଗନି ପାକ୍ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବାକୁ ରୋକ୍ଠୋକ ମନା କରିଦେଇଥିଲେ। ତାଲିବାନ ସଂଗଠନର ନେତାଙ୍କୁ ପାକିସ୍ତାନ ଆଶ୍ରୟ ଦେଇଥିବା ଏବଂ ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଧରିଥିବାରୁ ଗନି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।
ପାକ୍ ପ୍ରଧାନମନ୍ତ୍ରୀଙ୍କ ଫୋନ୍କୁ ପ୍ରତ୍ୟାଖ୍ୟାନ କଲେ ଆଫଗାନ୍ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2018/01/ashraf_ghani_story_647_060117043244.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)