ଆଫଗାନସ୍ତାନର ସ୍ଥିତି ବହୁତ ଖରାପ, ଭାରତୀୟଙ୍କୁ ସ୍ଥାନାନ୍ତର ଏବେ ଆମର ପ୍ରାଥମିକତା: ଏସ୍. ଜୟଶଙ୍କର

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି ହୋଇଥିଲା ସର୍ବଦଳୀୟ ବୈଠକ । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ବିରୋଧୀ ଦଳଙ୍କୁ ସୂଚନା ଦେଇଥିଲେ । ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସର୍ବଦଳୀୟ ବୈଠକରେ କହିଥିଲେ ଏସ୍. ଜୟଶଙ୍କର।

ଏହା ସହ ସେ କହିଥିଲେ ଯେ, ଆଫଗାନସ୍ତାନର ସ୍ଥିତି ଏବେ ବହୁତ ଖରାପ । ସାରା ବିଶ୍ୱ ଏବେ ତାଲିବାନକୁ ନେଇ ‘ୱେଟ୍ ଆଣ୍ଡ ୱାଚ୍’ ପଲିସି ଆପଣାଇଛି । ଭାରତ ମଧ୍ୟ ସେହି ମୋଡରେ ରହିଛି ଏବଂ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରିଛି । ଅଗଷ୍ଟ ୧୫ପରଠାରୁ ଭାରତ ଆଫଗାନିସ୍ତାନରୁ ୮୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକଙ୍କ ସମେତ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ସମ୍ପ୍ରଦାୟର ଲୋକେ ରହିଛନ୍ତି।

Afghanistan Situation: Working To Evacuate Indians - Government At  All-Party Meet On Afghanistan
NDTV

ଏସ୍. ଜୟଶଙ୍କରଙ୍କ ସୂଚନା ପରେ ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ଆଫଗାନିସ୍ତାନରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ନେଇ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭାରେ ଗୃହର ନେତା ପୀୟୁଷ ଗୋୟଲ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର